ସାବଧାନ: ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି ଏହି ଭାଇରସ । ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର !

37

ଭାଇରସ ର ନାଁ ଶୁଣିଲେ ସଭିଙ୍କ ମନରେ ଭୟ ଆଉ ଛନକା ପସିଯାଏ । ପୂର୍ବରୁ ଅନେକ ଭାଇରସ ଲୋକଙ୍କୁ ନିଜ କବଳରେ ନେଇଥିବାବେଳେ ଅନେକଙ୍କୁ ସଂକ୍ରମିତ କରିଛି । କେବଳ ଲୋକଙ୍କୁ ନୁହେଁ ଆପଣଙ୍କ ମୋବାଇଲ, ଲ୍ୟାପଟପ ଓ କମ୍ପ୍ୟୁଟରକୁ ମଧ୍ୟ ଆଫେକ୍ଟ କରିଥିବା ଉଦାହରଣ ସାମ୍ନାକୁ ଆସିଛି । ରାନସମୱେର-ୱାନାକ୍ରାଏ, ଇବୋଲା ଭଳି ଏମିତି ଅନେକ ଭାଇରସ ବିଷୟରେ ଆପଣ ଜାଣିଥିବେ ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରସ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାକି ବୈଜ୍ଞାନିକମାନେ ଏହାର ସନ୍ଧାନ ଲଗାଇଛନ୍ତି । ଲୋକଙ୍କୁ ସଂକ୍ରମିତ କରିବା ପୂର୍ବରୁ ଏହାର ଅନୁସନ୍ଧାନ କରିଯାଇଛି । ଆମେରିକାର ଓହିୟୋ ଷ୍ଟେଟ ୟୁନିଭର୍ସିଟି ଏବଂ ନେଦରଲ୍ୟାଣ୍ଡର ୟୁଣ୍ଟେକ୍ଟ ୟୁନିଭର୍ସିଟି ମିଳିତି ଅନୁସନ୍ଧାନରେ ଏହି ଭାଇରସକୁ ଚିହ୍ନଟ କରାଯାଇ ପାରିଛି । ଏହି ଭାଇରସ ନାଁ ପିଗ ଭାଇରସ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏବଂ ଏହା କିଭଳି ମଣିଷଙ୍କ ଶରୀରକୁ ସଂକ୍ରମିତ କରିପାରେ ତାହାକୁ ନେଇ ବିଶେଷଜ୍ଞ ଦଳକୁ କିଛି ଆଶ୍ଚର୍ଯ୍ୟ ତଥ୍ୟ ମିଳିଛି । ଏହା ସାଧାରଣତଃ ମଣିଷଙ୍କ କୋଶିକାକୁ ସଂକ୍ରମିତ କରିଥାଏ । ୨୦୧୨ ବସିହାରେ “ଜର୍ନଲ ପିଏନଏଏସ” ପତ୍ରିକାର ତଥ୍ୟ ଅନୁସାରେ ଡେଲ୍ଟାକୋରୋନା ଭାଇରସ ଭଳି ଏହି ଭାଇରସ ମଧ୍ୟ ମଣିଷ ଶରୀର ପାଇଁ ଘାତକ ହୋଇପାରେ ।

୨୦୧୪ ମସିହାରେ ଆମେରିକାର ଓହିୟୋ ଷ୍ଟେଟ ୟୁନିଭର୍ସିଟିରେ ଏହାର ପ୍ରଥମ ଅନୁସନ୍ଧାନ କରିଥିଲେ ବରିଷ୍ଠ ବୈଜ୍ଞାନିକ ଦଳ । ପରେ ପରେ ଅନ୍ୟ ଦେଶ ଯେଉଁଠାରେ ଏହି ପିଗ ଭାଇରସ ବିଷୟରେ ଜାଣିବାକୁ ପାଇଥିଲେ । ମୁଖ୍ୟତଃ ଏହି ଭାଇରସ ଘୁଷୁରିମାନଙ୍କ ଠାରୁ ସଂକ୍ରମିତ ହୋଇଥାଏ । ତେବେ ଆମେରିକା ହେଉ କିମ୍ବା ଅନ୍ୟାନ୍ୟ ୟୁରୋପୀୟ ଦେଶ ସେଠାର ଲୋକମାନେ ଘୁଷୁରିକୁ ଗୃହ ପାଳିତ ପଶୁଭାବେ ଲାଳନ ପାଳନ କରିଥାନ୍ତି । ତେଣୁ ଏହା ପ୍ରଥମେ ଏହି ସବୁ ଦେଶକୁ ବ୍ୟାପିବାର ଆଶଙ୍କା କରାଯାଉଛି । ହେଲେ ଏପର୍ଯ୍ୟନ୍ତ ପିଗ ଭାଇରସ ସଂକ୍ରମିତ ହେବାର କୌଣସି ଖବର କିମ୍ବା ଲକ୍ଷଣ ଦେଖାଯାଇ ନାହିଁ । କିନ୍ତୁ ଏହି ଭାଇରସ କେତେବେଳେ ମଧ୍ୟ ଆପଣଙ୍କୁ ନିଜ କବଳକୁ ନେଇପାରେ ସେଥିପାଇଁ ବୈଜ୍ଞାନିକମାନେ ସତର୍କ ରହିବା ପାଇଁ କହିଛନ୍ତି ।