‘ଘାତକ୍’ କମାଣ୍ଡୋ ପାଇଁ ଚୀନ ଛାତିରେ ଛନକା । ପ୍ରତିକୂଳ ପରିସ୍ଥିତିରେ ଆକ୍ରମଣକାରୀଙ୍କ ଉପରେ ଏକୁଟିଆ ଭାରି । ଅକସ୍ମାତ୍ ଆକ୍ରମଣରେ ଶତ୍ରୁପକ୍ଷକୁ ମାତ ଦେବାରେ ସିଦ୍ଧହସ୍ତ । ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭୟରେ ଥରହର ଡ୍ରାଗନ୍

1,081

କନକ ବ୍ୟୁରୋ : ଭାରତର ‘ଘାତକ୍’ କମାଣ୍ଡୋ ପାଇଁ ଚୀନ ଛାତିରେ ଛନକା । ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭୟରେ ବେଜିଂ । ୧୫ ଜୁନରେ ପରାକ୍ରମ ଦେଖାଇଥିଲେ ଘାତକ କମାଣ୍ଡୋ । ଶତ୍ରୁକୁ ସୀମାରେ କଡ଼ା ଜବାବ ଦେବା ସହ ନାଲି ଆଖି ଦେଖାଉଥିବା ଚୀନକୁ ମଜା ଚଖାଇଥିଲେ । ଉଭୟ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ଭୟଙ୍କର ଘାତକ କମାଣ୍ଡୋ, ପିପୁଲ ଲିବରେସନ୍ ଆର୍ମିର କିଛି ସେନାଙ୍କ ବେକ ମୋଡ଼ି ଭାଙ୍ଗି ଦେଇଥିଲେ । ଆଉ କିଛି ଚୀନ୍ ସେନା ବିକଳାଙ୍ଗ ହୋଇଯାଇଥିଲେ । ଆଉ ସେବେଠାରୁ ଥରହର ହେଉଛି ଡ୍ରାଗନ୍ । ଆଉ ଏଥିପାଇଁ ଚୀନ୍ ଏବେ ପିଏଲକୁ ମାର୍ସଲ ଆର୍ଟ ଟ୍ରେନିଂ ଦେଉଥିବା କଥା ଜଣାପଡ଼ିଛି ।

ବେଶ୍ ଭୟଙ୍କର ଦେଶର ଘାତକ କମାଣ୍ଡୋ ପ୍ଲାଟୁନ । କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଶତ୍ରୁ ସହ ଲଢ଼ିବାକୁ ସମର୍ଥ । ଟ୍ରେନିଂ ସମୟରେ ତାଙ୍କୁ ଏକୁଟିଆ ଆକ୍ରମଣକାରୀଙ୍କ ସହ ଲଢ଼ିବା ପାଇଁ ପ୍ରଶିକ୍ଷିତ କରାଯାଏ । ଅକସ୍ମାତ୍ ଆକ୍ରମଣରେ ଶତ୍ରୁପକ୍ଷକୁ ମାତ ଦେବାକୁ ଏମାନେ ସିଦ୍ଧହସ୍ତ । ତାଲିମ ସମୟରେ ଜଣେ ଜଣେ କମାଣ୍ଡୋଙ୍କୁ ୩୫ କିଲୋ ଓଜନର ଜିନିଷ ଧରି ଲଗାତାର ୪୦ କିମି ଦୌଡ଼ିବାକୁ ପଡ଼େ । ଟ୍ରେନିଂ ମୁଖ୍ୟ ଉଦ୍ଦେଶ୍ୟ ଥାଏ ଏକ ସଙ୍ଗେ ଅନେ ଆକ୍ରମଣକାରୀଙ୍କୁ କାବୁ କରିବା ।

ତେବେ ଏହି ପ୍ଲାଟୁନରେ ସାମିଲ ହେବା ସହଜ ନୁହେଁ । ବଛା ବଛା ଯବାନଙ୍କୁ ‘ଘାତକ’ କମାଣ୍ଡୋରେ ସାମିଲ କରାଯାଏ । ସେମାନଙ୍କ ପ୍ରଶିକ୍ଷଣ ସ୍ତର ବେଶ୍ ଉନ୍ନତ ଧରଣର । ଏମାନେ ଜୁଡ଼ୋ, କରାଟେ, କିକ୍ ବକ୍ସିଂ ଓ ମାର୍ସଲ ଆର୍ଟରେ ପାରଙ୍ଗମ । ତେବେ ଏହି ଯବାନମାନେ କେବଳ ବିନା ଅସ୍ତ୍ରଶସ୍ତ୍ରରେ ଲଢ଼େଇ କରିବାରେ ପାରଙ୍ଗମ, ତାନୁହେଁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ମଧ୍ୟ ଏମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଏ । ବିଭିନ୍ନ ସମୟରେ ଏମାନେ ସୁରକ୍ଷା ବାହିନୀଙ୍କୁ ମଧ୍ୟ ଟ୍ରେନ୍ କରିଥାଆନ୍ତି । କଠିନ ଅପରେସନ ସମୟରେ ଭାରତୀୟ ସେନା ଘାତକ କମାଣ୍ଡୋଙ୍କ ସାହାଯ୍ୟ ନେଇଥାଏ ।