ମହିଳାଙ୍କ ଠାରୁ ୨୦ ହଜାର ଟଙ୍କାର ବଟୁଆ ଚାମ୍ପିନେଲା ଚିଲ ! ଝିଅର ବିବାହ ପାଇଁ ସଞ୍ଚିିଥିଲେ ଟଙ୍କା

192

ବୁଧବାନାରେ ଗୁରୁବାର ଦିନ ଏକ ଅଦ୍ଭୁତ ଘଟଣା ଘଟିଛି । ଜଣେ ମହିଳାଙ୍କ ହାତରୁ ଏକ ଚିଲ ଟଙ୍କାର ବଟୁଆ ଛାମ୍ପି ନେଇଯାଇଛି । ମହିଳା କହିଛନ୍ତି କି ବଟୁଆରେ ୨୦ ହଜାର ଟଙ୍କା ଥିଲା । ବଟୁୁଆ ଯିବା ପରେ ମହିଳା ଜଣକ କାନ୍ଦି କାନ୍ଦି ଅବସ୍ଥା ଖରାପ କରି ଦେଇଛନ୍ତିି । ଲୋକମାନେ ଚିଲର ପିଛା କରିଥିଲେ ମଧ୍ୟ ଚିଲର କୌଣସି ପତ୍ତା ମଳିନଥିଲା । ଜଲାଲାବାଦର କନ୍ନାପୁର ଗାଁ ନିବାସୀ ନୁରଜାହାଁ ନିଜା ଝିଅ ଆଦିବାର ବିବାହ ପାଇଁ ରଥିଥିଲେ ଏହି ଟଙ୍କା ।

ଗୁରୁବାର ଦିନ ଜଣେ ସଂପର୍କୀୟକୁ ନିମନ୍ତ୍ରଣ କରିବା ପାଇଁ ଗଲାବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ସେ ମିଠା କିଣିବାକୁ ଯାଇ କିଛି ସମୟ ଛିଡା ହୋଇଥିଲୋ, ସେହି ସମୟରେ ଏକ ଚିଲ ତାଙ୍କ ଠାରୁ ଟଙ୍କାର ବଟୁଆ ଛାମ୍ପି ନେଇଗଲା । ନୁରଜାହାଁ ଚିଲ ପଛରେ ଦୌଡିବା ସହ ପାଟି ମଧ୍ୟ କରିଥିଲେ । କିନ୍ତୁ ସେତେବଳେ ବହୁତ ଡେରୀ ହୋଇ ଯାଇଥଲା ଏବଂ ଚିଲଟି ବହୁତ ଦୂରକୁ ପଳାଇ ଯାଇଥିଲା ।