କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଓରାମପଡ଼ା ଗାଁରେ ବ୍ୟାପୁଛି କିଡ଼ିନୀ ରୋଗ । କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇ ବର୍ଷକ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି ୫ଜଣ । ଦୂଷିତ ପାଣି ପାଇଁ ଏହା ବ୍ୟାପୁଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଗାଁକୁ ଅନୁଧ୍ୟାନ କରିବାକୁ ଯାଇ ନାହାନ୍ତି । ଏଠାରେ ଗରିବ ଶ୍ରେଣୀ ଲୋକ ବସବାସ କରୁଥିବାରୁ ଔଷଧ କିଣିବା ପାଇଁ ଅର୍ଥ ସାଜିଛି ବାଧକ । ତେଣୁ ଆଗାମୀ ଦିନରେ ରୋଗୀ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ।
ସମ୍ବଲପୁର ଜିଲ୍ଲା ଓରାମପଡ଼ା ଗାଁରେ କୀଡନି ରୋଗ ଆତଙ୍କ ! ବର୍ଷକରେ ଗଲାଣି ୧୦ ଜଣଙ୍କ ଜୀବନ
/kanak/media/post_attachments/wp-content/uploads/2017/03/zz-1.jpg)