ଖୋର୍ଦ୍ଧାରେ କମୁଛି ବନ୍ୟାଜଳ : ହେଲେ କମୁନି ଦୁର୍ଦ୍ଦଶା, ଘରେ ବାହାରେ ସବୁଆଡେ ଆଣ୍ଠୁଏ ଆଣ୍ଠୁଏ ପାଣି

192
କନକ ବ୍ୟୁରୋ : ଖୋର୍ଦ୍ଧାରେ ଏବେ ବି ଦୂର ହୋଇନି ବନ୍ୟାର ଦୁଃଖ । ଜଳସ୍ତର ଧିରେ ଧିରେ କମୁଥିଲେ ବି  ପାଣି ଘେରରେ ରହିଛି ଜୀବନ । ଘରେ ବାହାରେ ସବୁଆଡେ ଜଳାର୍ଣ୍ଣବ । ରାଜୁଆ ନଦୀରେ ବନ୍ୟା ଆସିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୫ ଦିନ ହେଲାଣି ପାଣି କମିବାର ନାଁ ଧରୁନି । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ,ନରଣଗଡ ପଂଚାୟତର ୧୫ଟି ଗାଁରେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ବର୍ଷା କମିଥିଲେ ସୁଦ୍ଧା ଆଜି ବି ଗାଁ ଦାଣ୍ଡରେ ପାଣି ଜମିଛି । ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି ।
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଲୋକଙ୍କ ଘର ଭିତରେ ପାଣି ପଶି ରହିଛି  । କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ସ୍ଥାନରେ ଲୋକେ ଛାତ ଉପରେ ରହୁଥିବା ବେଳେ କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳିରେ ରହୁଛନ୍ତି ।