ବିବାଦରେ କେସିଙ୍ଗା ଏନଏସି ! କାଉନସିଲ ବୈଠକରେ ତୁମୁଳକାଣ୍ଡ

83

କନକ ବ୍ୟୁରୋ : କେସିଙ୍ଗା ଏନଏସିକୁ ପିଛା ଛାଡୁନି ବିବାଦ । କେତେବେଳେ କାଉନସିଲ ଅନାସ୍ଥା ପ୍ରସ୍ତାବ ତ କେତେବେଳ କାଉନସିଲର-କାଉନସିଲରଙ୍କ ମଧ୍ୟରେ ତୁମୁଳକାଣ୍ଡ । ଏନଏସିର ମାସିକ ବୈଠକରେ ଏଭଳି ଏକ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ହାତାହାତି ହୋଇଛନ୍ତି ଅଧ୍ୟକ୍ଷା ଓ କାଉନସିଲର । ବୈଠକ ଆରମ୍ଭରୁ କାଉନସିଲର-ଅଧ୍ୟକ୍ଷା ଏବଂ କାଉନସିଲର-କାଉନସିଲରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପରିସ୍ଥିତି ଏପରି ହୋଇଥିଲା ଯେ, ଅଧ୍ୟକ୍ଷା ଓ ମହିଳା କାଉନସିଲର ଜଣକ ହାତାହାତି ହୋଇଥିଲେ । ଏପରିକି ଅଧ୍ୟକ୍ଷା ଏନଏସି ନିର୍ବାହୀ ଅଧିକାରୀଙ୍କୁ ଧକ୍କା ମାରିବାକୁ ପଛାଇନଥିଲେ । ବୈଠକ ଚାଲିଥିବା ବେଳେ  ନିର୍ବାଚନ ଆଚରଣ ବିଧି ଯୋଗୁଁ କୌଣସି କାର୍ଯ୍ୟ ହୋଇପାରିନଥିବାରୁ ସହରବାସୀ ହଇରାଣ ହୋଇଥିବା ଅଭିଯୋଗ ହୋଇଥିଲା ।

ଏପରିକି ବୈଠକରେ ବଜେଟ ଉପସ୍ଥାପନ କରାଯିବାର ରହିଥିଲା । କିନ୍ତୁ ୱାର୍ଡ ନଂ ୯ର କାଉନସିଲର ମୋତି କୈବର୍ତ ଏନେଇ ଅଧ୍ୟକ୍ଷା ସହ ପ୍ରବଳ ଯୁକ୍ତିତର୍କ କରିଥିଲେ । ଏପରିକି ଅଧ୍ୟକ୍ଷାଙ୍କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏହି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଟଣାଓଟରା ହେବା ସହ ହାତାହାତି ହୋଇଥିଲେ ।