ସାବରୀମାଳା ମନ୍ଦିରର କବାଟ ଖୋଲିଲା : ୧୦ ମହିଳାଙ୍କୁ ଫେରାଇଦେଲା କେରଳ ପୋଲିସ୍

537

କନକ ବ୍ୟୁରୋ : ଖୋଲିଲା ସାବରୀମାମଳା ମନ୍ଦିର । ମଣ୍ଡଳା ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରେ କେରଳର ସାବରୀମାମଳା ମନ୍ଦିର ଖୋଲିଛି । ମନ୍ଦିର ଖୋଲିଲା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ୪୧ ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ହୋଇଛି । ବୟସ୍କା ମହିଳା ଦର୍ଶନ ଉଦ୍ଦେଶ୍ୟରେ ମନ୍ଦିର ଚଢ଼ିବା ଆରମ୍ଭ କରିବା ପୂର୍ବରୁ ପୁଲିସ୍ ବୟସ ପ୍ରମାଣପତ୍ର ତନଖି କରୁଛି । ମହିଳାମାନେ ସାବରିମାଲା ମନ୍ଦିର ଭିତରକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇ ସାରିଥିଲେ ବି ପ୍ରାୟ ୧୦ଜଣ ମହିଳାଙ୍କୁ ପୁଲିସ୍ ଫେରାଇ ଦେଇଥିବା ସୂଚନା ରହିଛି।

ମହିଳାମାନେ ଯେତେବେଳେ ଭିତରକୁ ଯିବାକୁ ଜିଦ୍ କରିଥିଲେ ସେତେବେଳେ କିଛି ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ କହିଥିଲେ ଯେ ୧୦ ରୁ ୫୦ ବର୍ଷ ଭିତରେ ମହିଳାଙ୍କୁ ମନ୍ଦିର ଭିତରକୁ ନ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ରହିଛି । ପୂର୍ବରୁ କିଛି ମହିଳା କର୍ମକର୍ତ୍ତା ମନ୍ଦିର ଭିତରୁ ପ୍ରବେଶ କରିବେ ବୋଲି କହିଥିବା ବେଳେ ରାଜ୍ୟ ସରକାର ସେହି ମହିଳାମାନଙ୍କ ସକାଶେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.