କେରଳ ହାତୀ ମୃତ୍ୟୁର ସତ କଣ ? କେନ୍ଦ୍ର ପରିବେଶ ମନ୍ତ୍ରୀ କହିଲେ, ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ଯାଇଛି ହାତୀର ଜୀବନ । ପ୍ରାଥମିକ ତଦନ୍ତରୁ ହୋଇଛି ସ୍ପଷ୍ଟ ।

1,280

କନକ ବ୍ୟୁରୋ : କେରଳ ହାତୀ ମୃତ୍ୟୁର ସତ କଣ ? ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ବଡ ବୟାନ ଆସିଛି । ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି, ଗର୍ଭବତୀ ହାତୀ ମୃତ୍ୟୁ ଦୁର୍ଘଟଣା ବଶତଃ ହୋଇଥାଇପାରେ । ବାରୁଦ ଭର୍ତ୍ତି ସପୁରୀ ଖାଇ ହାତୀର ମୃତ୍ୟୁ ହୋଇଥିଲା । ତେବେ ବହୁ ସମୟରେ ଚାଷୀ ମାନେ ଜଙ୍ଗଲି ବାରହା ଠାରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ବେଆଇନ ଭାବେ ଏହି ଉପାୟ ଆପଣେଇ ଥାନ୍ତି । ତେଣୁ ହାତୀ ମୃତ୍ୟୁ ଦୁର୍ଘଟଣା ବଶତଃ ହୋଇଥାଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ।

କେରଳ ପଲାକ୍କଡ ଜିଲ୍ଲାରେ ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ ପ୍ରାଣ ହରାଇଥିଲା । ଜନବସତିକୁ ଚାଲି ଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ହିଁ ବିସ୍ଫୋରଣ ହୋଇଗଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ହାତୀ ନଦୀ ଭିତରେ ସୁଣ୍ଢ ପୁରାଇ କଷ୍ଟ ଲାଖବ କରିବାକୁ ବହୁତ ଚେଷ୍ଟା କରିଥିଲା । ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା । ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ମ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା ।

Comments are closed.