କନକ ବ୍ୟୁରୋ : ଗର୍ଭିଣୀ ହାତୀର ହତ୍ୟାକାରୀ ଗିରଫ । କେରଳରେ ମାଲାପୁରମରେ ସପୁରୀ ଭିତରେ ବାଣ ରଖି ଫୁଟାଇ ହାତୀ ହତ୍ୟା ଘଟଣାରେ ଜଣକୁ ଗିରଫ କରାଯାଇଛି । ଜଣେ ହତ୍ୟାକାରୀ ଗିରଫ ନେଇ କେରଳ ଜଙ୍ଗଲ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସପୁରୀରେ ବାଣ ଦେଇ ମାଈ ହାତୀକୁ ହତ୍ୟା କରାଯାଇଥିଲା । ପରେ ଜଣାପଡିଥିଲା ହାତୀଟି ଗର୍ଭବତୀ ଥିଲା । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା । କେରଳରେ ଗୋଟିଏ ନିରୀହ ଗର୍ଭିଣୀ ହାତୀକୁ ଯେଉଁ ପ୍ରକାରେ ବାରୁଦ ଭରା ସପୁରୀ ଖୁଆଇ ମାରିଦିଆଗଲା ତାହା ଅତ୍ୟନ୍ତ ଅମାନବୀୟ । ତେବେ ଗର୍ଭବତୀ ହାତୀର ହତ୍ୟା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କ କରାଯାଇଛି । କେରଳର ଜଙ୍ଗଲ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗରିଫର କରାଯିବ । ତେବେ ଏଥିପାଇଁ ପୋଲିସ ଓ ବନ ବିଭାଗ ଯାଂଚ କଡ଼ାକଡ଼ି କରିଛନ୍ତି ।

Advertisment

କେରଳ ପଲାକ୍କଡ ଜିଲ୍ଲାରେ ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ କିଭଳି ପ୍ରାଣ ହରାଇଥିଲା ତାକୁ ନେଇ ସାରା ଭାରତରେ ଚର୍ଚ୍ଚା । ଜନବସତିକୁ ଚାଲି ଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ହିଁ ବିସ୍ଫୋରଣ ହୋଇଗଲା ।

ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ହାତୀ ନଦୀ ଭିତରେ ସୁଣ୍ଢ ପୁରାଇ କଷ୍ଟ ଲାଖବ କରିବାକୁ ବହୁତ ଚେଷ୍ଟା କରିଥିଲା । ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା । ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ମ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା ।