ବିରଳ ପ୍ରତିଭାର ଅଧିକାରୀ ପ୍ରଜ୍ଞା : ଆଖି ବନ୍ଦ କରି ପଢ଼ୁଛନ୍ତି ବହି, ଚଢ଼ୁଛନ୍ତି ସାଇକେଲ

139

କନକ ବ୍ୟୁରୋ : କେନ୍ଦୁଝରର ବିସ୍ମୟ ବାଳିକା ପ୍ରଜ୍ଞା । ଅଦ୍ଭୁତ ପ୍ରତିଭାର ଅଧିକାରୀ । ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କ’ଣ ଅଛି ବୋଲି ପଚାରନ୍ତୁ ? ସେ ଅନାୟସରେ କହିଦେବେ ସାମ୍ନାରେ କ’ଣ ରହିଛି । କଥାଟି ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ । ଆଖିରେ କଳାପଟି ବାନ୍ଧି ସବୁକିଛି ଦେଖିପାରୁଛନ୍ତି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରଜ୍ଞା । ବନ୍ଦ ଆଖିରେ ପାଠ ପଢ଼ିବା ସହ ସାଇକେଲ ଚଳାଇ ପାରୁଛନ୍ତି । କଳାପଟି ପାନ୍ଧି ସାଙ୍ଗସାଥୀ, ସାଇପଡ଼ିଶା, ବାପାମା’ ସମସ୍ତଙ୍କୁ ଦେଖିପାରନ୍ତି ପ୍ରଜ୍ଞା ।

କେନ୍ଦୁଝରରେ ଜାଭିୟର ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା । ସେ ଦୁଇ ବର୍ଷ ତରେ ଜାପାନୀ ବୈଜ୍ଞାନିକ ପଦ୍ଧତି ମିଡ଼୍ ବ୍ରେନ୍ ଆକ୍ଟିଭେସନ୍ ତାଲିମ ନେଇଥିଲେ । ମାତ୍ର ୨ ଦିନର ତାଲିମ ପରେ ସେ ଏହି ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ପାରିଛନ୍ତି । ସମସ୍ତ କାର୍ଯ୍ୟ ଏବେ ସେ ଆଖିରେ କଳାପଟି ବାନ୍ଧି କରିପାରୁଛନ୍ତି । ତାଙ୍କର ଅସାଧାରଣ ପ୍ରତିଭା ବଳରେ ଅଷ୍ଟମ ପଢ଼ୁଥିବା ବେଳେ ସେ ନବମ ଓ ଦଶମ ଶ୍ରେଣୀ ସମସ୍ତ ପାଠ ପଢ଼ି ସାରିଛନ୍ତି । ଫଳରେ ଚଳିତ ବର୍ଷ ଆଗୁଆ ମାଟ୍ରିକ ପରୀକ୍ଷା ଦେବାପାଇଁ ବିଦ୍ୟାଳୟ ମାଧ୍ୟମରେ ସିବିଏସଇ ବୋର୍ଡ଼କୁ ଆବେଦନ କରିଛନ୍ତି । ପ୍ରଜ୍ଞାଙ୍କ ପ୍ରତିଭା ଦେଖି ପରିବାର ବର୍ଗ ବହୁତ ଖୁସି ଅଛନ୍ତି । ସାରା ଅଚଂଳରେ ତାଙ୍କ ଅସାଧାରଣ ପ୍ରତିଭାର ଭୁରି ଭୁରି ପ୍ରଶଂସା କରାଯାଉଛି ।

ତେବେ ପ୍ରଜ୍ଞା ନେଇଥିବା ଜାପାନୀ ପଦ୍ଧତି ବିଷୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ । ଏହି ସ୍ୱତନ୍ତ୍ର ତାଲମ ବିଷୟରେ ବଖାଣିଛନ୍ତି ପ୍ରଜ୍ଞା । ଆଜିକୁ ପ୍ରାୟ ୨ ବର୍ଷ ପୂର୍ବରୁ କେନ୍ଦୁଝରେ ଏହି ତାଲିମ ନେଇଥିଲେ । ଉକ୍ତ ପଦ୍ଧତିରେ ପ୍ରଥମେ ଭାଗ ନେଇଥିବା ଛାତ୍ରଛାତ୍ରୀ ଅଧା ଘଂଟାର ଧ୍ୟାନ କରିବାକୁ ଦିଆଯାଏ । ଧ୍ୟାନ ପରେ ପିଲାମାନଙ୍କୁ କିଛି ବ୍ରେନ୍ ଜିମ୍ କରିବାକୁ ଦିଆଯାଏ । ଆଉ ତା’ପରେ ପିଲାମାନଙ୍କୁ ପାଠ୍ୟକ୍ରମର ବାହାରେ ଥିବା କାମ ଦିଆଯାଏ । ନାଚଗୀତ ପରେ ପିଲାମାନେ ଥକିଗଲା ପରେ ଅଧା ଘଂଟା ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଶୋଇଥିବା ସମୟରେ ଏକ ମ୍ୟୁଜିକ ବାଜେ । ସ୍ୱତନ୍ତ୍ର ମ୍ୟୁଜିକକୁ ୨୫ ଲକ୍ଷ ବିନିମୟରେ ଜାପାନରୁ ଅଣାଯାଇଥିଲା । ସେହି ମ୍ୟୁଜିକ ଅବଚେତନ ମନକୁ ଥରେ ଗଲା ପରେ ମସ୍ତିସ୍କ ସକ୍ରିୟ ହୋଇଯାଏ । ଯଦ୍ୱାରା ଅନ୍ଧାରରେ ଥିବା ସମସ୍ତ ଚିଜ ସ୍ପଷ୍ଟ ଦେଖାଯାଏ । ଆଉ ସେହି ଜାପାନୀ ପ୍ରଣାଣୀ ମାଧ୍ୟମରେ ପ୍ରଜ୍ଞା ଆଜି ବିରଳ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ।