କନକ ବ୍ୟୁରୋ : ଥାନା ଅଧିକାରୀଙ୍କୁ ନିର୍ଘାତ ପିଟିଲେ ଗାଡି ଚାଳକ । ଏପରିକି ୨ଜଣ ପୁଲିସଙ୍କୁ ଘରେ ପୂରାଇ ଲଙ୍କା ଧୂଆଁ ଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରୁଗୁଡି ଅଂଚଳରେ । ଚୋରା ମାଙ୍ଗାନିଜ୍ ଚାଲାଣକୁ ନେଇ ରୁଗୁଡି ଅଂଚଳରେ ଏହି ଉତ୍ତେଜନା ଦେଖା ଦେଇଛି । ଏହି ମାମଲାରେ ଜଡିତ ୩ ଡ୍ରାଇଭର ସମେତ ୫ଟି ହାଇୱାକୁ ଜବତ କରିଛି ପୁଲିସ୍ । ଶନିବାର ସନ୍ଧ୍ୟା ୭ଟାରେ ଘଟିଛି ଏହି ଘଟଣା ।
ସୂଚନା ଅନୁଯାୟୀ ରୁଗୁଡି ଥାନା କାଟେସାହିସ୍ଥିତ କେକେଏସ୍ ଆଲୁୱାଲିଆ କାରଖାନା ନିକଟରେ ଚୋରା ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଅଟକିଥିଲା । ଖବରପାଇ ରୁଗୁଡି ଥାନାର ୨ଜଣ ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ । ପୁଲିସ ଚୋରା ମାଙ୍ଗାନିଜ୍ ବୋଝେଇ ଗାଡିର ସନ୍ଧାନ ନେବା ସହ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗାଡିଚାଳକଙ୍କୁ କହିଥିଲେ । ଏଥିରେ ଗାଡିଚାଳକମାନେ ଉତକ୍ଷିପ୍ତ ହୋଇ ହାବିଲଦାର କ୍ଷେତ୍ରମୋହନ ନାୟକ ଓ କନେଷ୍ଟବଳ ଗଙ୍ଗାରାମ ତିରିଆଙ୍କୁ ଲାଠି, ଲୁହାରଡରେ ଆକ୍ରମଣ କରିଥିଲେ ।
ସଂଘବଦ୍ଧ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ ପୁଲିସ ନିକଟସ୍ଥ ଏକ ଘର ଭିତରକୁ ପଶିଯାଇଥିଲେ । ଆକ୍ରମଣକାରୀମାନେ ସେହି ଘରର କବାଟ ବନ୍ଦ କରି ଲଙ୍କା ଧୂଆଁ ଦେଇଥିଲେ । ଖବର ପାଇ ରୁଗୁଡି ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚିବା ପରେ ଆକ୍ରମଣକାରୀ ତାଙ୍କୁ ଘେରି ଯାଇ ନିସ୍ତୁକ ପିଟିଥିଲେ । ଏଥିରେ ଆହତ ହୋଇଛନ୍ତି ଥାନା ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-27-09h52m24s536.png)