ଚେକିଂ କରୁଥିବା ବେଳେ ଚଢିଗଲା ଗାଡି : କେନ୍ଦୁଝର ଆରଟିଓ ଅଫିସରଙ୍କ ଡ୍ରାଇଭରଙ୍କ ଉପରେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ଡ୍ରାଇଭର ମୃତ

1,904

କନକ ବ୍ୟୁରୋ : ଚେକିଂ ବେଳେ ଚଢିଗଲା ଟ୍ରକ । ଚେକିଂ ବେଳେ ଆରଟିଓ ଅଫିସରଙ୍କ ଡ୍ରାଇଭରଙ୍କ ଉପରେ ଚଢିଗଲା ଟ୍ରେକ । କେନ୍ଦୁଝରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ଆରଟିଓ ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ୧୪ ଚକିିଆ ଟ୍ରକ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ ଆଜି ସକାଳୁ ବାଇପାସରେ  ଏମଭିଆଇଙ୍କ ସମେତ ଆରଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆରଟିଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନଅଟକାଇ ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆରଟିଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ଛାନଭିନ କରିବା ଆରମ୍ଭ କଟିଥିବା ବେଳେ ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।