କେନ୍ଦୁଝର ଚମ୍ପୁଆ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ! ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ

38

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଂଚଳରେ ପୁଣି ହାତୀ ଉପଦ୍ରବ । ୨୯ଟି ହାତୀ ୩ଦିନ ଧରି ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ବିଭିନ୍ନ ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ରେଭେନ୍ସାପୁର ଗାଁ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ଭାଙ୍ଗିବା ସହ ନିକଟରେ ଥିବା ଧାନ ଫସଲ ନଷ୍ଟ କରିଦେଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । କୁଟୁଗାଁରେ ୭ଟି ହାତୀ ରହିଥିବାବେଳେ ଚମକପୁରରେ ୨୨ଟି ହାତୀ ଚଳପ୍ରଚଳ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଓ ୨ଟି ଛୁଆହାତୀ ରହିଥିବା ଜଣାପଡିଛି । ବାଲିବନ୍ଧ ସେକ୍ସନରେ ୮ଜଣ ଲୋକଙ୍କୁ ହାତୀ ଘଉଡାଇବା କାମରେ ନିୟୋଜିତ କରାଯାଇଛି । ଏଥିପାଇଁ ବାଣ, ଲାଇଟ୍ ଆଦି ବ୍ୟବହାର କରାଯାଉଥିବା କହିଛନ୍ତି ଫରେଷ୍ଟର ।