କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ବାରବାଙ୍କ ଘାଟିରେ ଓଲଟିଲା ନଳକୂପ ଖନନ ଟ୍ରକ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଗାଡିଟି କେନ୍ଦୁଝରରୁ ତେଲକୋଇ ଯାଉଥିବାବେଳେ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଗାଡିରେ ସମୁଦାୟ ୮ଜଣ ଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ଏକ ସଂସ୍ଥାର ୬ ଜଣ ଶ୍ରମିକ ନଳକୁଅ ଖୋଳିବା ପାଇଁ ବୋରିଂ କରିବାକୁ ଏକ ରିଗ୍ ମେସିନ( ବୋରିଂ ଖୋଳା ଯନ୍ତ୍ର ସହିତ ଟ୍ରକ) ନେଇ କାଞ୍ଜିପାଣି ଘାଟି ଦେଇ ଯାଉଥିବା ବେଳେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଫଳରେ ଏଥିରେ ଥିବା ୭ ଜଣ ଗୁରୁତର ହେବା ସହ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।