କନକ ବ୍ୟୁରୋ : ବର୍ଷା ସିନା ଚାଲିଯାଇଛି ହେଲେ ଛାଡିଯାଇଛି ତାର ପାଦଚିହ୍ନ । ଭାଙ୍ଗିଯାଇଛି ସ୍ୱପ୍ନର ଘର । ଦିନେ ସବୁଠାରୁ ସୁରକ୍ଷିତ ଆଉ ଆଶ୍ରା ଦେଉଥିବା ଘର ଆଜି ମାଟିରେ ମିଶି ଯାଇଛି । ବର୍ଷାରେ ବାସ ଉଜୁଡି ଯିବା ପରେ ପର ଘରେ ମୁଣ୍ଡ ଗୁଂଜିଛନ୍ତି ବିପନ୍ନ ପରିବାର । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ଜିଲ୍ଲାର ଗରଦପୁର ବ୍ଲକରେ ବର୍ଷର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । ବର୍ଷା ପବନରେ ଚାଳ ଛପର ଘର ଭାଙ୍ଗି ଯାଇଛି । ମାଟି କାନ୍ଥ ମାଟିରେ ମିଶିଛି ।
ଗରଦପୁର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ବ୍ରହ୍ମପୁର ଗାଁ । ଯେଉଁଠି ବର୍ଷା ଚାଲି ଯିବା ପରେ ଛାଡି ଯାଇଛି ପଦଚିହ୍ନ । ବର୍ଷା ମାଡ ଖାଇଥିବା ଘର ଭାଙ୍ଗି ପଡିବାରୁ ମାଟି ତଳେ ଚାପି ହୋଇଯାଇଛି ଘରର ଆସବାବପତ୍ର । ବ୍ରହ୍ମପୁରର ଶୈଳବାଳା ସାହୁଙ୍କ ପରିବାର । ସ୍ୱାମୀ-ସ୍ତ୍ରୀ ଓ ଦୁଇ ସନ୍ତାନକୁ ନେଇ ମୋଟ ୪ ପ୍ରାଣୀ କୁଟୁମ୍ବ ଏହି ଝାଟିମାଟି ଘରେ ରୁହନ୍ତି । ଯାହା ସଂପୂଣ୍ଣ ଭାଙ୍ଗି ଯାଇଛି ।
କେବଳ ଶୈଳବାଳାଙ୍କ ପରିବାର ନୁହେଁ ବର୍ଷା ଯୋଗୁଁ ଗରଦପୁର ବ୍ଲକର ଅନେକ ପଂଚାୟତରେ ବ୍ୟାପକ କ୍ଷରକ୍ଷତି ହୋଇଛି । ପ୍ରାଥମିକ ଅବସ୍ଥାରେ ପ୍ରଶାସନ ପକ୍ଷରୁ ପ୍ରଭାବିତଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି । ହେଲେ ବାସ ଉଜୁଡି ଯାଇଥିବା ପରିବାର ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ସେପଟେ ବର୍ଷା ପ୍ରଭାବିତ ଅଂଚଳରେ ସ୍ଥିତିର ଅନୁଧ୍ୟାନ କରାଯାଉଛି, ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଗଦରପୁର ତହସିଲଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/PHOTO-01000416.jpg)
/kanak/media/post_attachments/wp-content/uploads/2018/09/PHOTO-01000318-300x180.jpg)