କେନ୍ଦ୍ରାପଡା : ବନ ବିଭାଗ ଦ୍ୱାରା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦେ

31

କନକ ବ୍ୟୁରୋ : ବନ ବିଭାଗ ଦ୍ୱାରା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ରେଂଜ ଅନ୍ତର୍ଗତ ବତୀଘର ପଂଚାୟତର ହେଟାମୁଣ୍ଡିଆ ଏବଂ ସାନଟୁବି ଅଂଚଳରେ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଇଛି । ବ୍ୟାପକ ଭାବରେ ଗଢିଉଠିଥିବା ବେଆଇନ ଚିଙ୍ଗୁଡି ଘେରିକୁ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛନ୍ତି । ମହାକାଳପଡା ଜମ୍ବୁ ରେଂଜ ଅଂଚଳରେ ଘେରି ରହିଥିବା ଶହ ଶହ ହେକ୍ଟର ଲୁଣା ଜଙ୍ଗଲରେ ସ୍ଥାନୀୟ ଅଂଚଳରେ ଲୋକମାନେ ପୂର୍ବରୁ ଚିଙ୍ଗୁଡି ଘେରି କରିଥିଲେ । ଏହି ଉଛେଦ ପକ୍ରିୟାରେ ଜମ୍ବୁ ବନାଅଂଚଳ ଅଧିକାରୀ ବିଜୟ କୁମାର ପରିଡା ଏବଂ ମହାକାଳପଡା ତହସିଲଦାର ନୀଳମାଧବ ଭୋଇ ଉପସ୍ଥିତ ରହି ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଥିଲା ।