ଆନ୍ଧ୍ର ୟୁନିଭର୍ସିଟିର କୁଳପତିଙ୍କ ବିବାଦୀୟ ବୟାନ ! ଟେଷ୍ଟ୍ ଟ୍ୟୁବ୍ ବେବି ଥିଲେ କୌରବ

Advertisment
ଆନ୍ଧ୍ର ୟୁନିଭର୍ସିଟିର କୁଳପତିଙ୍କ ବିବାଦୀୟ ବୟାନ ! ଟେଷ୍ଟ୍ ଟ୍ୟୁବ୍ ବେବି ଥିଲେ କୌରବ

https://www.business-standard.com

ଟେଷ୍ଟ୍ ଟ୍ୟୁବ ପ୍ରକିୟାରେ ଜନ୍ମ ଗ୍ରହଣ କରିଥିଲେ କୌରବ । କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ ବେବି । ନିକଟରେ ଆନ୍ଧ୍ର ୟୁନିଭର୍ସିଟିର କୁଳପତି ଏପରି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି । ଭାରତୀୟ ବିଜ୍ଞାନ କଂଗ୍ରେସରେ ଆନ୍ଧ୍ର ୟୁନିଭର୍ସିଟିର କୁଳପତି ବିସି ଜି ନାଗେଶ୍ୱର ରାଓ କହିଛନ୍ତି କୌରବଙ୍କ ଜନ୍ମ ଷ୍ଟେମ୍ ସେଲ ଓ ଟେଷ୍ଟଟ୍ୟୁବ ଟେକନିକରେ ଜନ୍ମ ହୋଇଛନ୍ତି । ଏହାସହ ସେ କହିଛନ୍ତି ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାନ୍ଧାରୀ କିପରି ୧୦୦ ପିଲା ଜନ୍ମ କରିଥିଲେ । ଜଣେ ସାଧାରଣ ମଣିଷ ପକ୍ଷରେ ଏହା କିପରି ସମ୍ଭବ । କାରଣ ଜଣେ ମହିଳା କ’ଣ ୧୦୦ ପିଲାଙ୍କୁ ନିଜ ଜୀବନକାଳ ଭିତରେ ଜନ୍ମ କରିପାରେ । ମହାଭାରତ କହେ, ୧୦୦ଟି ଡିମ୍ବକୁ ଉର୍ବର କରି ୧୦୦ଟି ମାଟି ପାତ୍ରରେ ରଖାଯାଇଥିଲା। ସେମାନେ କ’ଣ ଟେଷ୍ଟ୍ଟିଉବ୍ ବେବି ନୁହନ୍ତି?

ଭାରତୀୟ ବିଜ୍ଞାନ କଂଗ୍ରେସରେ ଏକ ପ୍ରେଜେନଟେସନ୍ ଦେବା ସମୟରେ ସେ ଏକଥା ମଧ୍ୟ କହିଛନ୍ତି ଭଗବାନ ରାମ ଏପରି ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଥିଲେ ଯାହା ଲକ୍ଷ୍ୟକୁ ପିଛା କରୁଥିଲା । ଲକ୍ଷଭେଦ କରିବା ପରେ ସେ ସବୁ ପୁଣି ସେମାନଙ୍କ ପାଖକୁ ଫେରି ଆସୁଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଗାଇଡେଡ୍ ମିସାଇଲ୍ ବିଜ୍ଞାନ ଭାରତ ଲାଗି ନୂଆ ନୁହେଁ । ହଜାର ହଜାର ବର୍ଷ ତଳେ ସେ ସବୁ ଥିଲା ।

ରାଓ କହିଛନ୍ତି ରାବଣ ପାଖରେ କେବଳ ପୁଷ୍ପକ ବିମାନ ନ ଥିଲା, ୨୪ ପ୍ରକାରର ଭିନ୍ନ ଭିନ୍ନ ଆକାର ଓ ସାମର୍ଥ୍ୟଯୁକ୍ତ ବିମାନ ମଧ୍ୟ ଥିଲା । ଲଙ୍କାରେ ଥିଲା ଅନେକ ଗୁଡ଼ିଏ ବିମାନବନ୍ଦର ଏବଂ ସେ ଏହି ବିମାନଗୁଡ଼ିକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ଏହାବ୍ୟତୀତ ସେ କହିଛନ୍ତି ଡାର୍ଓ୍ଵିନ୍ କହିଥିବା ଜୀବନ ଜଳରୁ ସୃଷ୍ଟ କଥାଟି ହେଉଛି ଭଗବାନ ବିଷ୍ଣୁଙ୍କର ମତ୍ସ୍ୟ ଅବତାର । ଦ୍ୱିତୀୟ ଅବତାରରେ ସେ ଉଭୟଚର କଚ୍ଛପ ରୂପ ଧାରଣ କରିଥିଲେ, ତୃତୀୟରେ ବରାହ ରୂପରେ ଥିଲା ମାନବ ଶରୀର ଓ ବାର୍ର୍ହା ମୁଖ । ପଞ୍ଚମ ଅବତାର ବାମନରେ ସେ ମାନବ ରୂପ ଧାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe