ଲିବିୟାର ଏକଛତ୍ରବାଦୀ ଶାସକ ମୁଅମ୍ମର ଗଦ୍ଦାଫି ସାଙ୍ଗରେ କ୍ୟାଟ୍ରିନା କୈଫଙ୍କ ଫଟୋ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ମଡେଲ ସମିତା ସିଂଘା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଏକ ଫଟୋରେ ଗଦ୍ଦାଫି ସାଙ୍ଗରେ ଅଭିନେତ୍ରୀ କାଟ୍ରିନା କୈଫ୍ ଓ ନେହା ଧୂପିଆ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଉକ୍ତ ଫଟୋରେ ଅଦିତି ଗୋୱାରିକର, ଆଞ୍ଚଲ କୁମାର ଏବଂ ନିଜେ ସମିତା ସିଂଘା ମଧ୍ୟ ଥିବାର ଦେଖିବାକୁ ମିଳିଛି ।
ସମିତା ସିଂଘା ଲେଖିଛନ୍ତି ଏହି ଫଟୋ ୧୫ ବର୍ଷ ତଳର, ସେହି ସମୟରେ ସେମାନେ ସମସ୍ତେ ଲିବିୟାରେ ଆୟୋଜିତ ଏକ ଫ୍ୟାଶନ ଶୋ'ରେ ଭାଗ ନେବାକୁ ଯାଇଥିଲେ । ଫ୍ୟାଶନ ଶୋ ପରେ ଶାସକ ଗଦ୍ଦାଫିଙ୍କ ସହ ଫଟୋ ଉଠାଇଥିଲେ । ସୂଚନାଯୋଗ୍ୟ, ଲିବିୟାର ଏକଛତ୍ରବାଦ ଶାସକ ମୁଆଁମାର ଗଦ୍ଦାଫିକୁ ୨୦୧୧,ଅକ୍ଟୋବର ୨୦ ତାରିଖରେ ହତ୍ୟା କରାଯାଇଥିଲା ।
ସୌଜନ୍ୟ-ଆଜତକ୍.କମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/kat.jpeg)