କାଶ୍ମୀର : ପୁଲବାମା ଜିଲ୍ଲାରେ ଏନକାଉଂଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

44

କନକ ବ୍ୟୁରୋ : କାଶ୍ମୀରର ପୁଲବାମା ଜିଲ୍ଲାରେ ଏନକାଉଂଟର । ଏଥିରେ ସୁରକ୍ଷାକର୍ମୀ ୨ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ଥିବା ଜଣାପଡିଛି । ପୁଲବାମା ଅନ୍ତର୍ଗତ ପଡଗାମପୁଡା ଠାରେ ସୁରକ୍ଷା କର୍ମୀଙ୍କ ଗାଡି ଯାଉଥିବା ବେଳେ ଏକ କାରରେ ଆସି ଆତଙ୍କବାଦୀମାନେ ଗୁଳି ବର୍ଷା କରିଥିଲେ । ପାଲଟା କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।