ଅଡ଼ୁଆରେ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ! ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ସିବିଆଇର ମାରାଥନ ଜେରା

19

କନକ ବ୍ୟୁରେ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅଙ୍କୁ ସିବିଆଇର ମାରାଥନ ଜେରା । ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ପଚରାଉଚରା କରିଛି ସିବିଆଇ । ସକାଳ ୮ଟାରୁ ଆଜି ତାଙ୍କୁ ନନଷ୍ଟପ ଜେରା କରାଯାଇଥିଲା । କାର୍ତ୍ତିଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ରିମାଣ୍ଡରେ ନେବା ପାଇଁ ପଟିଆଲା ହାଉସ୍ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ଆଇଏନଏକ୍ସ ମନିଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ସହ ସାମନାସାମନି ଜେରା କରୁଛି ସିବିଆଇ । ଆଇଏନଏକ୍ସ କଳାଟଙ୍କା ବଦଳ ମାମଲାରେ ବୁଧବାର ଦିନ କାର୍ତ୍ତିଙ୍କୁ ଚେନାଇ ବିମାନବନ୍ଦରରୁ ଗିରଫ କରିଥିଲା ସିବିଆଇ ।