ଦାଦନ ଶ୍ରମିକଙ୍କୁ ଅଟକାଇଲା କର୍ଣ୍ଣାଟକ : ସ୍ୱତନ୍ତ୍ର ଟ୍ରେନ ସେବା ବାତିଲ, ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁୁ ରାଜ୍ୟ ନଛାଡିବାକୁ ପ୍ରବାସୀ ଶ୍ରମିକଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

3,032

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏବେ ବିଭିନ୍ନ ରାଜ୍ୟରେ ଫଶିଥିବା ଲୋକେ ଘର ବାହୁଡା ହେଉଛନ୍ତି । ଏହାରିଭିତରେ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଛି । ଏଥିପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରାଜ୍ୟ ଛାଡି ଘରକୁ ନ ଫେରିବାକୁ ପ୍ରବାସୀ ଶ୍ରମିକ ମାନଙ୍କୁ ଅନୁରୋଧ କରିଥିଲେ । ହେଲେ କେତେକ ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରୁଥିବା ବେଳେ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦାଦନ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସ୍ୱତନ୍ତ୍ର ଟ୍ରେନ ସେବା ବାତିଲ କରିଦେଇଛନ୍ତି । ସେ କହିଛନ୍ତି, ନିର୍ମାଣ କାମ ଆରମ୍ଭ ହୋଇଯାଇଛି, ଏଥିପାଇଁ ଶ୍ରମିକଙ୍କ ଅଭାବ ପଡୁଥିବାରୁ ଦାଦନ ଶ୍ରମିକଙ୍କୁ ଆଉ ଫେରାଇବାକୁ ଦିଆଯିବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।

ଲକ୍ଡାଉନରେ ପ୍ରଭାବିତ ଶ୍ରମିକଙ୍କୁ ୧୬ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ତ୍ରୀବ ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, କର୍ଣ୍ଣାଟକ ସରକାର ଜାଣିଶୁଣି ଶ୍ରମିକଙ୍କୁ ରଖୁଛନ୍ତି । ସରକାର ଓ ବିଲଡର ସଂସ୍ଥା ଶ୍ରମିକଙ୍କ ପାଇଁ କିଛି ପଦକ୍ଷେପ ନେବା ଦରକାର । ଲକଡାଉନ ଯୋଗୁଁ ପ୍ରଭାବିତ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରତ୍ୟେକ ପଞ୍ଜିକୃତ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ମିଳିବ । ଏଥିରେ ପ୍ରବାସୀ ଶ୍ରମିକ ବି ସାମିଲ ଅଛନ୍ତି ।