କର୍ଣ୍ଣାଟକ ନିର୍ବାଚନ କସରତ୍ : କିଏ ଗଢ଼ିବ ସରକାର ଲାଗିଛି ଛକାପଞ୍ଝା ?

Advertisment
କର୍ଣ୍ଣାଟକ ନିର୍ବାଚନ କସରତ୍ : କିଏ ଗଢ଼ିବ ସରକାର ଲାଗିଛି ଛକାପଞ୍ଝା ?

image courtesy-https://www.google.co.in

କର୍ଣ୍ଣାଟକ ନିର୍ବାଚନରେ ହାଇଭୋଲଟେଜ ଡ୍ରାମା ଜାରି । ୟେଦୁୟୁରପ୍ପାଙ୍କ ସରକାର ଗଢ଼ିବା ଦୃଢ଼ୋକ୍ତି ପରେ କଂଗ୍ରେସ ଓ ଜେଡିଏସ ମଧ୍ୟ ରାଜଭନରେ ପହଁଚି ରାଜ୍ୟପାଳଙ୍କୁ ୧୧୬ ବିଧାୟକଙ୍କ ତାଲିକା ଦେଇଛି । ତେବେ ୧୧୬ ବିଧାୟକଙ୍କୁ ପରେଡ ମଧ୍ୟ କରାଇଲେ କଂଗ୍ରେସ ଓ ଜେଡିଏସ । ତେବେ କର୍ଣ୍ଣାଟକକୁ କବଜାରେ ନେଇ ସରକାର ଗଢ଼ିବା ପାଇଁ କସରତ କରୁଛନ୍ତି ଉଭୟ ରାଜନୈତିକ ଦଳ । ଗୋଟିଏ ପଟେ କର୍ଣ୍ଣାଟକବାସୀଙ୍କ ମଧ୍ୟରେ କୌତୁହଳ ଥିବା ବେଳେ ଏବେ ଉଭୟ ବିଜେପି ଓ କଂଗ୍ରେସ-ଜେଡିଏସ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି ।

siddarammaiah-kumaraswamy

ରାଜ୍ୟପାଳଙ୍କ ପାଖରେ ରହିଛି ୩ଟି ବିକଳ୍ପ-:

୧. କର୍ଣ୍ଣାଟକ ନିର୍ବାଚନରେ ଆଗୁଆ ରହିଥିବା ଦଳ ଭାବେ ବିଜେପିକୁ ସରକାର ଗଢ଼ିବାକୁ ଆହ୍ୱାନ  କରିପାରନ୍ତି !

୨. ୧୧୬ ବିଧାୟକଙ୍କ ତାଲିକା ଦେଇଥିବା କଂଗ୍ରେସ-ଜେଡିଏସ କୁ ସରକାର ଗଢ଼ିବା ପାଇଁ ଆହ୍ୱାନ କରିପାରନ୍ତି !

୩. ନଚେତ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରି ପାରନ୍ତି ରାଜ୍ୟପାଳ

ତେବେ ଏହାରି ମଧ୍ୟରେ ସଂଖ୍ୟା ଗରିଷ୍ଠ ହାସଲ କରିଥିବା ବିଜେପି ଦଳ ସରକାର ଗଢ଼ିବାକୁ ଦାବି କରୁଥିବା ବେଳେ କଂଗ୍ରେସ ମଧ୍ୟ ୧୧୬ ବିଧାୟକଙ୍କୁ ତାଲିକା ସହ ସମର୍ଥନ ଚଠି ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛି । ଏବଂ କଂଗ୍ରେସ-ଜେଡିଏସ ମେଣ୍ଟରେ ସରକାର ଗଢ଼ିବା ନେଇ ଦୃଢ଼ତା ପ୍ରକାଶ କରିଛନ୍ତି ଉଭୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe