‘ବିଗ ବସ୍’ର ପୂର୍ବତନ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା ତନ୍ନା ଓ ଉପେନ ପଟେଲଙ୍କ ଯୋଡି ‘ବିଗ ବସ ସିଜିନ ୮’ରୁ ଆରମ୍ଭ ହୋଇଥିଲା । କିନ୍ତୁ ‘ବିଗ ବସ୍’ ଘରୁ ବାହାରକୁ ଆସିବା ପରେ ଉଭୟଙ୍କ ସମ୍ପର୍କ ବେଶ କିଛି ଦିନ ଭଲରେ ଚାଲିଥିଲେ ମଧ୍ୟ ପରେ ବ୍ରେକ ଅପ ହୋଇ ଯାଇଥିଲା ।
କିନ୍ତୁ ଲାଗୁଛି ଏବେ ପୁଣି ଥରେ ଉଭୟେ ପାଖାପାଖି ଆସୁଛନ୍ତି । ଖବର ଅନୁସାରେ କିଛି ଦିନ ତଳେ ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟରୁ ଏକାଠି ବାହରକୁ ବାହାରିବାର ଦେଖା ଯାଇଥିଲା । କିନ୍ତୁ ବାହାରକୁ ଆସିବାପରେ ଉଭୟେ ଅଲଗା ଅଲଗା ହୋଇ ନିଜ ନିଜ କାରରେ ବସି ଚାଲି ଯାଇଥଲେ । ତେବେ ଉଭୟଙ୍କ ସଂମ୍ପର୍କର ସତ କ’ଣ ସେକଥା ସେମାନେ ହିଁ ଭଲରେ ଜଣାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/uy.png)