ଦୀପିକା କ୍ୟାଟ୍ରିନାଙ୍କ ତୁଳନାରେ ଭଲ ଅଭିନେତ୍ରୀ କହିଲେ କରୀନା କପୁର

ଦୀପିକା କ୍ୟାଟ୍ରିନାଙ୍କ ତୁଳନାରେ ଭଲ ଅଭିନେତ୍ରୀ କହିଲେ କରୀନା କପୁର

source-nbt

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ତାଙ୍କର ସିଧାସଳଖ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥା'ନ୍ତି । କୈାଣସି କଥାକୁ ବୁଲେଇ ବଙ୍କେଇ ନକହି ସିଧା ସିଧା କଥା କହିବା ପାଇଁ ସେ ପସନ୍ଦ କରନ୍ତି ।

ନିକଟରେ କରୀନା କପୁର ନେହା ଧୂପିଆଙ୍କ ଏକ ଚାଟ ସୋ'ରେ ଯୋଗ ଦେଇଥିଲେ । ସେଠାରେ ନେହା ଧୂପିଆ, ଦୀପିକା ପାଦୁକୋନ ଓ ରଣବୀରଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ମଧ୍ୟରୁ କିଏ ଅଧିକ ଭଲ ଅଭିନେତ୍ରୀ ବୋଲି ପ୍ରଶ୍ନ କରିଥିଲେ । ତିଳେ ମାତ୍ର ବିଳମ୍ବ ନକରି କରୀନା କପୁର ଦୀପିକା ପାଦୁକୋନଙ୍କ ନାମ ନେଇଥିଲେ ।

ଯେତେବେଳେ ରଣବୀର ଓ କ୍ୟାଟ୍ରିନା ରିଲେସନସିପରେ ଥିଲେ ସେ ସମୟରେ ଏକ ଲୋକପ୍ରିୟ ଚାଟ ସୋ' ରେ କରୀନା ଉଭୟଙ୍କ ବିବାହକୁ ନେଇ ଇଚ୍ଛା ଜାହିର କରିଥିଲେ । କିନ୍ତୁ ଏବେ ରଣବୀର ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଦୂରତ୍ୱ ଆସିଥିିବା ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଛନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe