ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ତାଙ୍କର ସିଧାସଳଖ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥା'ନ୍ତି । କୈାଣସି କଥାକୁ ବୁଲେଇ ବଙ୍କେଇ ନକହି ସିଧା ସିଧା କଥା କହିବା ପାଇଁ ସେ ପସନ୍ଦ କରନ୍ତି ।
ନିକଟରେ କରୀନା କପୁର ନେହା ଧୂପିଆଙ୍କ ଏକ ଚାଟ ସୋ'ରେ ଯୋଗ ଦେଇଥିଲେ । ସେଠାରେ ନେହା ଧୂପିଆ, ଦୀପିକା ପାଦୁକୋନ ଓ ରଣବୀରଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ମଧ୍ୟରୁ କିଏ ଅଧିକ ଭଲ ଅଭିନେତ୍ରୀ ବୋଲି ପ୍ରଶ୍ନ କରିଥିଲେ । ତିଳେ ମାତ୍ର ବିଳମ୍ବ ନକରି କରୀନା କପୁର ଦୀପିକା ପାଦୁକୋନଙ୍କ ନାମ ନେଇଥିଲେ ।
ଯେତେବେଳେ ରଣବୀର ଓ କ୍ୟାଟ୍ରିନା ରିଲେସନସିପରେ ଥିଲେ ସେ ସମୟରେ ଏକ ଲୋକପ୍ରିୟ ଚାଟ ସୋ' ରେ କରୀନା ଉଭୟଙ୍କ ବିବାହକୁ ନେଇ ଇଚ୍ଛା ଜାହିର କରିଥିଲେ । କିନ୍ତୁ ଏବେ ରଣବୀର ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଦୂରତ୍ୱ ଆସିଥିିବା ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଛନ୍ତି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/97.jpg)