ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ‘ନାଗିନ’ର ନାୟକ କରଣବୀର ବୋହରା ! ଟ୍ରକ ଧକ୍କାରେ କାର ଭାଙ୍ଗି ଚୁରମାର

36

କଲର୍ସ ଚ୍ୟାନେଲର ଲୋକପ୍ରିୟ ଟିଭି ସୋ’ ‘ନାଗିନ’ର ମୁଖ୍ୟ ଅଭିନେତା କରଣବୀର ବୋହରା ହୋଇଛନ୍ତି ଦୁର୍ଘଟଣାର ଶିକାର । କରଣବୀର ତାଙ୍କ ସିନେମା ‘ହମେ ତୁମସେ ପ୍ୟାର କିତନା’ର ସୁଠି ପାଇଁ ଗୁଜୁରାଟ ଯାଉଥିଲେ । ସକାଳ ୭ଟାରେ ସୁଟିଂ ପାଇଁ ଗଲାବେଳେ ଏକ ଟ୍ରକ ଭୁଲ ଦିଗରୁ ଆସି ତାଙ୍କ କାରକୁ ଜୋରରେ ଧକ୍କା ମାରିଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ କାର ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କରଣବୀରଙ୍କର ବେଶୀ କିଛି କ୍ଷତି ହୋଇନଥିଲେ ହେଁ ଗଳାରେ ସାମାନ୍ୟ ଆଘାତ ଲାଗିଛି । ଦୁର୍ଘଟଣା ପରେ ସୁଟିଂ ବନ୍ଦ କରି ଦିଆଯାଇଛି ଏବଂ କରଣବୀର ମୁମ୍ବାଇ ଫେରି ଯାଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା କରଣବୀର କହିଛନ୍ତି ଭଗବାନଙ୍କ ଦୟାରୁ ମୋତେ ବେଶୀ କିଛି ଆଘାତ ହୋଇନି ।

କରଣବୀର ନିଜେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଦୁର୍ଘଟରାର ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଏକଥା ଜଣାଇଛନ୍ତି । ଏହି ଦୁର୍ଘଟଣା ସମୟରେ କାରରେ କରଣବୀରଙ୍କ ସହ ତାଙ୍କ ଭଉଣୀ ଶିବାଙ୍ଗୀ ବୋହରା ଓ କୋଷ୍ଟାର ପ୍ରିୟା ବାନାର୍ଜୀ ମଧ୍ୟ ଥିଲ କିନ୍ତୁ ଭଗବାନଙ୍କ ଦୟାରୁ ସେମାନଙ୍କର କିଛି କ୍ଷତି ହୋଇନି ।