କିଙ୍ଗ୍ ଖାନଙ୍କୁ ବିବାହ କରିବା ପାଇଁ ଚାହାନ୍ତି କରଣ ଜୋହର ! ଜାଣନ୍ତୁ ଏହାର କାରଣ

26

କରଣ ଜୋହରଙ୍କ ଯୌନ ରୁଚିକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି ଓ ଏନେଇ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହି ଆସିଛନ୍ତି । ତାଙ୍କୁ ସବୁବେଳେ ଏନେଇ ଅନେକ ପ୍ରଶ୍ନ ମଧ୍ୟ କରାଯାଏ କି ସେ କାହାକୁ ଡେଟ କରୁଛନ୍ତି ଏବଂ କାହାକୁ ବିବାହ କରିବେ । କରଣ ନିକଟରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ଏସବୁର ଉତ୍ତର ଦେଇଛନ୍ତି ।

କରଣ ଜୋହର ଇଣ୍ଡିଆ ଟୁଡେ କନକ୍ଲେଭରେ ମନଖୋଲି ଏ ବିସୟରେ କହିଛନ୍ତି । ଏହି ଇଭେଣ୍ଟରେ କରଣ ଏହା କଧ୍ୟ କହିଛନ୍ତି କି ସେ ତାଙ୍କ ପ୍ରିୟ ବନ୍ଧୁ ଶାହାରୁଖ ଖାନଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି । ଏପରି କଥା କରଣ ସେତେବେଳେ କହିଥିଲେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଶାହାରୁଖ ଖାନ, ସିଦ୍ଧାର୍ଥ ମାଲହୋତ୍ରା ଓ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ମଧ୍ୟରୁ  କାହାକୁ ବିବାହ କରିବେ ଓ କାହାକୁ ଗୁଳି କରିବେ ଓ କାହାକୁ ବନ୍ଧୁ କରିବେ ।

ଏହି ପ୍ରଶ୍ନର ଉତ୍ତରରେ କରଣ ଜୋହର କହିଥିଲେ ଶାହାରୁଖ ଖାନଙ୍କୁ ସେ ବିବାହ କରିବେ ଓ ସିଦ୍ଧାର୍ଥ ଓ ଐଶ୍ୱର୍ଯ୍ୟାଙ୍କୁ ଗୁଳି କରିବେ । ଏହାସହ ସେ ଶାହାରୁଖଙ୍କୁ ବିବାହ କରିବାର କାରଣ ମଧ୍ୟ କହିଛନ୍ତି । କରଣ କହିଛନ୍ତି ତାଙ୍କୁ ଶାହାରୁଖଙ୍କ ବଙ୍ଗଳା ବହୁତ ପସନ୍ଦ ଓ ଏହି କାରଣରୁ ହିଁ ସେ ତାଙ୍କୁ ବିବାହ କରିବା ପାଇଁ ଚାହାନ୍ତି ।