ଭୁବନେଶ୍ୱରେ କଂଗ୍ରେସ ନେତା କପିଲ ଶିବଲ : ରାଜ୍ୟ ସରକାରଙ୍କ ସମେତ ମୋଦି ସରକାରଙ୍କୁ କଲେ ସମାଲୋଚନା

43

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା କପିଲ ସିବଲ । କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ ଅବହେଳା କରିଛନ୍ତି ବୋଲି କପିଲ ଅଭିଯୋଗ କରିଛନ୍ତି । ଏହାସହ କେନ୍ଦ୍ର ସରକାର ଓଡ଼ିଶା ବିରୋଧୀ କାର୍ଯ୍ୟ କରିଆସୁଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରର ଟାଳଟୁଳ ନୀତି ଅବଲମ୍ବନ କରୁଛି । ଓଡ଼ିଶାକୁ ମୋଦି ସରକାର କୌଣସି ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ମଧ୍ୟ ଚାହୁଁନାହାନ୍ତି ବୋଲି ସିବଲ ଅଭିଯୋଗ କରିଛନ୍ତି ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସୁଥିବା ବେଳେ ଅନ୍ୟପଟେ ଆଜି ବିଶ୍ୱାସଘାତ ଦିବସ ପାଳୁଛି କଂଗ୍ରେସ । ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଦରକୁ ନେଇ ବିଜେପି ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିବା କଂଗ୍ରେସ ଆଜି ପାଳୁଛି ବିଶ୍ୱାସଘାତ ଦିବସ । ଦଳର ଅଭିଯୋଗ, ଯେଉଁସବୁ ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଥିଲେ ତାହାକୁ ପୂରଣ କରିନାହାନ୍ତି ବରଂ ଦେଶବାସୀଙ୍କ ପ୍ରତି କରିଛନ୍ତି ବିଶ୍ୱାସଘାତ । ତେଣୁ ୨୬ ତାରିଖକୁ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛି କଂଗ୍ରେସ । ଓଡିଶାରୁ ନିଜ ସରକାରର ୪ବର୍ଷର ହିସାବ ଦେବାକୁ ଆସୁଥିବାରୁ ମୋଦିଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଛି ପ୍ରଦେଶ କଂଗ୍ରେସ । ଏହି କ୍ରମରେ ଆଜି ଭୁବନେଶ୍ୱର ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ।