୧୦୦କୋଟି କ୍ଲବରେ ସାମିଲ୍ ହୋଇଛନ୍ତି ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା । କପିଲଙ୍କ ଏହି ସଫଳତା କୌଣସି ଫିଲ୍ମ ପାଇଁ ନୁହେଁ ନିଜ ଟିଭି ପ୍ରୋଗ୍ରାମ୍ ‘ଦ କପିଲ୍ ଶର୍ମା ସୋ’ ପାଇଁ ପାଇଛନ୍ତି । ସୋନୀ ଏଣ୍ଟରଟେନମେଂଟ ଚ୍ୟାନେଲ୍ ସୋନି ସହ ବାର୍ଷିକ ୧୧୦କୋଟିର ଚୁକ୍ତି ସ୍ୱାକ୍ଷର କରିବା ପରେ କପିଲ ଶର୍ମା ହୋଇଛନ୍ତି ଏବେ ଦେଶର ସବୁଠାରୁ ବଡ ଟେଲିଭିଜନ ତାରକା ।
ସୋନୀ ସହ ଚୁକ୍ତି ପରେ ସେ ଏବେ ସୋର ପ୍ରତ୍ୟେକ ଏପିସୋଡ ପାଇଁ ୬୦ ରୁ ୮୦ ଲକ୍ଷ ଟଙ୍କା ନେବେ ବୋଲି ଜଣାପଡିଛି । ଏହାସହ ସେ କେବଳ ଯେ ଟେଲିଭିଜନ ଦୁନିଆରେ ତା ନୁହେଁ ବଲିଉଡରେ ମଧ୍ୟ ସବୁଠାରୁ ଅଧିକ ଆୟ କରୁଥିବା ତାରକା ମାନଙ୍କ ମଧ୍ୟରେ ଗଣାହେବେ ।
ଷ୍ଟାଣ୍ଡ୍ ଅପ୍ କମେଡିଆନରୁ କ୍ୟାରିୟର୍ ଆରମ୍ଭ କରିଥିବା କପିଲ୍ ଶର୍ମା ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । କଲର୍ସ ଛାଡି ଆସିବା ପରେ କପିଲଙ୍କ ଲୋକପ୍ରିୟତା ସୋନୀ ଚ୍ୟାନେଲ ପାଇଁ ବହୁତ ଲାଭପ୍ରଦ ସାବ୍ୟସ୍ତ୍ୟ ହୋଇଥିଲା । କପିଲଙ୍କ ପାଇଁ ଦର୍ଶକ ସୋନି ଚ୍ୟାନେଲ୍ ଆଡକୁ ଅଧିକ ଆକର୍ଷିତ ହେଉଥିବାର ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/kapil-sharma_630x450_81460542185.jpg)