ମୋ ଶୋ ଛାଡିଥିବାରୁ ଧନ୍ୟବାଦ ! ଶତକ ମାରି ନଟ୍ ଆଉଟ କମେଡି କିଙ୍ଗ

ମୋ ଶୋ ଛାଡିଥିବାରୁ ଧନ୍ୟବାଦ ! ଶତକ ମାରି ନଟ୍ ଆଉଟ କମେଡି କିଙ୍ଗ

source-aajtak.com

୧୦୦ ଏପିଶୋଡ ପୁରଣ କରିଛି କପିଲ ଶର୍ମା ଶୋ । ଆଉ ଏହାର ସୁଟିଂ ବେଳେ ନିଜ ସାଥୀ କଳାକାର ଆଉ ପୂର୍ବତନ କଳାକାରଙ୍କୁ ଧନ୍ୟବାଦ ଦେଇଛନ୍ତି କପିଲ । ସିଧାସଳଖ ନାଁ ନେଇ ନଥିଲେ ବି ସୁନୀଲଙ୍କ ଆଡକୁ ରହିଛି କପିଲଙ୍କ ଇଶାରା । ଖାଲି ଏତିକି ନୁହେଁ, ନିଜର ହଜାର ହଜାର ପ୍ରଶଂସକଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି ।

ମଝି ଆକାଶରେ ବିମାନରେ ଗଣ୍ଡଗୋଳ ପରେ ସୁନୀଲ ଗ୍ରୋଭର, ଅଲି ଅଜଗର ଓ ଚନ୍ଦନପ୍ରଭାକର ନିଜକୁ ଏହ ଶୋ ରୁ ଦୁରେଇ ନେଇଛନ୍ତି । ଧୀରେ ଧୀରେ ଶୋ ଲୋକପ୍ରିୟତା ହରାଇଥିବା ବେଳେ କପିଲ ଖେଳିଛନ୍ତି ଇମୋଶନାଲ କାର୍ଡ ।

କହିଛନ୍ତି, ଯେଉଁ ସବୁ ଅଭିନେତା ଅଭିନେତ୍ରୀ ଶୋକୁ ଆସିଛନ୍ତି, ବ୍ୟାକ ଷ୍ଟେଜ ଟିମ୍, ସାଥୀ କଳାକାର ଓ ପୂର୍ବତନ କଳାକାର ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ । ଚର୍ଚ୍ଚା ହେଉଛି, ପୁଣି ଲୋକପ୍ରିୟତା ହାସଲ କରିବାକୁ ନୂଆ ନୂଆ କାର୍ଡ ଖେଳିବାରେ ବ୍ୟସ୍ତ ଅଛନ୍ତି କପିଲ ଶର୍ମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe