୧୦୦ ଏପିଶୋଡ ପୁରଣ କରିଛି କପିଲ ଶର୍ମା ଶୋ । ଆଉ ଏହାର ସୁଟିଂ ବେଳେ ନିଜ ସାଥୀ କଳାକାର ଆଉ ପୂର୍ବତନ କଳାକାରଙ୍କୁ ଧନ୍ୟବାଦ ଦେଇଛନ୍ତି କପିଲ । ସିଧାସଳଖ ନାଁ ନେଇ ନଥିଲେ ବି ସୁନୀଲଙ୍କ ଆଡକୁ ରହିଛି କପିଲଙ୍କ ଇଶାରା । ଖାଲି ଏତିକି ନୁହେଁ, ନିଜର ହଜାର ହଜାର ପ୍ରଶଂସକଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି ।
ମଝି ଆକାଶରେ ବିମାନରେ ଗଣ୍ଡଗୋଳ ପରେ ସୁନୀଲ ଗ୍ରୋଭର, ଅଲି ଅଜଗର ଓ ଚନ୍ଦନପ୍ରଭାକର ନିଜକୁ ଏହ ଶୋ ରୁ ଦୁରେଇ ନେଇଛନ୍ତି । ଧୀରେ ଧୀରେ ଶୋ ଲୋକପ୍ରିୟତା ହରାଇଥିବା ବେଳେ କପିଲ ଖେଳିଛନ୍ତି ଇମୋଶନାଲ କାର୍ଡ ।
କହିଛନ୍ତି, ଯେଉଁ ସବୁ ଅଭିନେତା ଅଭିନେତ୍ରୀ ଶୋକୁ ଆସିଛନ୍ତି, ବ୍ୟାକ ଷ୍ଟେଜ ଟିମ୍, ସାଥୀ କଳାକାର ଓ ପୂର୍ବତନ କଳାକାର ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ । ଚର୍ଚ୍ଚା ହେଉଛି, ପୁଣି ଲୋକପ୍ରିୟତା ହାସଲ କରିବାକୁ ନୂଆ ନୂଆ କାର୍ଡ ଖେଳିବାରେ ବ୍ୟସ୍ତ ଅଛନ୍ତି କପିଲ ଶର୍ମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/32.png)