ମହୋଦଧିରେ ପାପ ଧୋଇଲେ ବରଗଡ କଂସ ! ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ନାଁରେ ଅପପ୍ରଚାର ପରେ ଶ୍ରୀଜିଉଙ୍କୁ କ୍ଷମା ମାଗିଲେ ଭୁବନେଶ୍ୱର ପ୍ରଧାନ

33

କନକ ବ୍ୟୁରୋ : ମହୋଦଧିରେ ବୁଡ ପକାଇ ପାପ ଧୋଇଛନ୍ତି କଂସ । ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଗତକାଲି ସରିବା ପରେ ଆଜି ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଚିଂ ବୁଡ ପକାଇଛନ୍ତି ଭୁବନେଶ୍ୱର ପ୍ରଧାନ । ଭୂବନେଶ୍ୱର ପ୍ରଧାନ ମହୋଦଧିରେ ସ୍ନାନ କରି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ।

ଏହାପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ଶ୍ରୀକୃଷ୍ଣଙ୍କ ନାଁରେ ବିଭିନ୍ନ ଅପପ୍ରଚାର କରିଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କଂସ ବଧ ସହ ଗତକାଲି ସମାପ୍ତ ହୋଇଛି ବରଗଡ଼ର ବିଶ୍ୱ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି, ଅତ୍ୟାଚାରକୁନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦିର୍ଘ ୧୧ ଦିନ ଧରିଚାଲିବା ପରେ ପରିଶେଷରେ ଅନ୍ୟାୟ ଅତ୍ୟାଚାର ଉପରେ ସତ୍ୟ ଓ ଧର୍ମର ଜୟ ହୋଇଛି ।