କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ : ମେହେନ୍ଦିନଗର ପଞ୍ଚାୟତ ଅଫିସ ନିକରେ ମହିଳାଙ୍କୁ ଆଣ୍ଠେଇ ଦେଲେ ଗ୍ରାମବାସୀ, ପୁଲିସ ଓ ସରପଞ୍ଚଙ୍କ ଉପସ୍ଥିତିରେ ଘଟିଲା ଘଟଣା

563

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିନଗର ପଞ୍ଚାୟତରୁ ଆସିଛି ଏକ ଅମାନବୀୟ ଖବର । ଜଣେ ମହିଳାଙ୍କୁ ପଂଚାୟତ କାର୍ଯ୍ୟାଳୟ ନିଟକରେ ଆଣ୍ଠେଇ ଦେଇଛନ୍ତି ଗାଁ ଲୋକେ । ବିଚ୍ ରାସ୍ତାରେ ବହ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ମହିଳା ଜଣଙ୍କ ଆଣ୍ଠେଇ ଭୁଲ ମାଗୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ସମୟରେ ପୋଲିସ, ସ୍ଥାନୀୟ ସରପଂଚ ଉପସ୍ଥିତ ଥିଲେ । ହେଲେ କେହି ଏହାର ପ୍ରତିବାଦ କରିନଥିଲେ ।

ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଶିଶୁ ଖାଦ୍ୟ ଯୋଗାଇ ଦେବାକୁ କହି ଗାଁର କିଛି ଲୋକଙ୍କଠାରୁ ୨ଶହ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ତାପରେ ଖାଦ୍ୟ ନମିଳିବାରୁ ମହିଳା ଜଣଙ୍କୁ ଗାଁର ଲୋକମାନେ ଅତି ଚତୁରତାର ସହିତ ଡାକି ଏଭଳି କାଣ୍ଡ କରିଛନ୍ତି । ପରିସ୍ଥିତି ଏଭଳି ହୋଇଥିଲା ମହିଳା ଜଣଙ୍କ ହାତ ଯୋଡି ଛାଡି ଦେବାକୁ କାକୁତି ମିନତୀ ହୋଇ ଗୁହାରି କରିଥିଲେ । ଯାହାକି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ପ୍ରଶ୍ନ ଉଠୁଛି , ଯଦି ମହିଳା ଜଣଙ୍କ କିଛି ଭୁଲ କରିଥିଲେ ତାହେଲେ ତାଙ୍କୁ ଦଣ୍ଡଦେବାକୁ ଗାଁ ଲୋକଙ୍କୁ ଅଧିକାର ଦେଲା କିଏ ।