କୋମାରେ ସୁବର୍ଣ୍ଣଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ନା ଅଛନ୍ତି ଡାକ୍ତର ନା ଅଛନ୍ତି ଫାର୍ମାସିଷ୍ଟ, ହନ୍ତସନ୍ତ ହେଉଛନ୍ତି ରୋଗୀ 

89

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସେବାକୁ ସୁଧାରିବା ପାଇଁ ଆକ୍ସନ ମୋଡରେ ସରକାର । ଫାଇଭ୍ ଟି ସଚିବ ଘନଘନ ଡାକ୍ତରଖାନା ଗସ୍ତ କରି ସ୍ଥିତି ପରଖିଲେ, ରୋଗୀଙ୍କୁ ଭେଟି ଆଲୋଚନା କରିବା ସହ ଡାକ୍ତରଖାନାର ସ୍ଥିତି ସୁଧାରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର । ହେଲେ କନ୍ଧମାଳର ଜିଲ୍ଲାର ଏମିତି ଏକ ଡାକ୍ତରଖାନ ଦେଖିବା ଯେଉଁଠି କୋମାରେ ସ୍ୱାସ୍ଥ୍ୟସେବା ।

ଆଦିବାସୀ ଅଂଚଳରେ ରୋଗୀଙ୍କୁ ଲୋକଙ୍କ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦେଶ୍ୟରେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଂଚଳ କୋଟଗଡ ବ୍ଲକ ସୁବର୍ଣ୍ଣଗିରିରେ ପ୍ରତିଷ୍ଠା ହୋଇଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଯେଉଁ ଡାକ୍ତରଖାନା କୋମାରେ କହିଲେ ଚଳେ । ସ୍ୱାସ୍ଥ୍ୟସେବା ତ ଦୂରର କଥା ଏଠାରେ ନା ଡାକ୍ତର ଅଛନ୍ତି ନା ଫାର୍ମାସିଷ୍ଟ କି କୌଣସି କର୍ମଚାରୀ । ଫଳରେ ଚିିକିତ୍ସା ପାଇଁ ଆସୁଥିବା ରୋଗୀ ନିରାସ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ଏହି ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ୧୦ଟି ପଂଚାୟତର ପ୍ରାୟ ୫୦ ହଜାର ଲୋକ । ବର୍ଷ ବର୍ଷ ଧରି ଡାକ୍ତରଖାନା ଅଚଳ ହୋଇ ପଡିଥିବା ବେଳେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ପ୍ରଶାସନକୁ ଜଣାଇ ନିରାସ ହେବା ପରେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଲୋକେ । ଆଗାମୀ ୧୫ ଦିନ ଭିତରେ ଡାକ୍ତରଖାନାରେ ଡାକ୍ତର ଏବଂ ଆବଶ୍ୟକୟୀ କର୍ମଚାରୀ ନିଯୁକ୍ତ ନହେଲେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲ ଚେତାବନୀ ଦେଇଛନ୍ତି ।