କନ୍ଧମାଳ : ବାଲିଗୁଡାରେ ତିଆରି ହେଉଛି ମଣିଷମରା ହତିଆର, ବନ୍ଧୁକ କାରଖାନା ଠାବ୍ କଲା ପୁଲିସ

22

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ତିଆରି ହେଉଥିଲା ମଣିଷ ମରା ହତିଆର । ଏହି ମଣିଷ ମରା ହତିଆର ବନ୍ଧୁକ କାରଖାନାକୁ ଠାବ କରିଛି ପୁଲିସ୍ । ୮ବନ୍ଧୁକ ସହ ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀ, ଜବତ କରିଛି ବାଲିଗୁଡା ପୁଲିସ୍ । ଏହି ଘଟଣାରେ ଜଡିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍ । ଗିରଫ ଯୁବକ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ଥାନା ଲୁଇସିଂଘା ଗ୍ରାମର ବଶିଷ୍ଠ ବିନ୍ଧାଣି ।

ସେ କନ୍ଧମାଳରେ ରହି କନ୍ଧମାଳ ସମେତ ବୌଦ୍ଧ, କଂଟାମାଳ, କଳାହାଣ୍ଡି ଓ ସୋନପୁର ଅଂଚଳକୁ ବନ୍ଧୁକ ଚାଲାଣ କରୁଥିଲେ । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ବନ୍ଧୁକ ଚୋରାଚାଲାଣ କରୁଥିଲେ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ସେହିପରି ଅଭିଯୁକ୍ତଙ୍କର ମାଓବାଦୀ ଓ କେତେକ ରାଜନୈତିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।