କନକ ବ୍ୟୁରୋ: ଇସ୍ରାଏଲ-ଇରାନ ମଧ୍ୟରେ ଲାଗିଛି ଯୁଦ୍ଧ । ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । ଇସ୍ରାଏଲର ଆକ୍ରମଣରେ ଆକ୍ତାମାକ୍ତା ହେଲାଣି ଇରାନ୍‌ । ଅବଶ୍ୟ ଇରାନ୍ ଇସ୍ରାଏଲ ଉପରେ ବି ଜୋରଦାର ଆକ୍ରମଣ କରୁଛି ହେଲେ ଇରାନ୍‌ ଅନ୍ୟ ଦେଶର ସମର୍ଥନ ସେତେଟା ପାଉନି । ଏହାରି ଭିତରେ ଆମେରିକା ଇରାନ୍‌କୁ ସାମରିକ ସାହାଯ୍ୟ କରୁଛି ବୋଲି ଋଷିଆ ପାଖରେ ଖବର ପହଞ୍ଚିଛି। । ତେଣୁ ସିଧାସଳଖ ଆମେରିକାକୁ ଋଷିଆ କହିଛି, ଇସ୍ରାଏଲକୁ ଯଦି ସାମରିକ କ୍ଷେତ୍ରରେ ସାହାଯ୍ୟ କରିବ ଆମେରିକା ତେବେ ସ୍ଥିତି ପୂରା ଗମ୍ଭୀର ହେବ ।

Advertisment

ଇସ୍ରାଏଲ-ଇରାନ ଯୁଦ୍ଧ
ଆମେରିକାକୁ ଧମକାଇଲା ଋଷିଆ
କହିଲା, ଇସ୍ରାଏଲକୁ ସାମରିକ ସାହଯ୍ୟ ବନ୍ଦ କର
ଇରାନ୍‌-ଇସ୍ରାଏଲ ଯୁଦ୍ଧ
ପଶିଲାଣି ଆମେରିକା
ପଶିବ ଋଷିଆ
ଏ ଦୁଇଦେଶ ପଶିଲେ ତୃତୀୟ ବିଶ୍ବଯୁଦ୍ଧ ହୋଇପାରେ

ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ  ଋଷିଆ । ପରସ୍ପରର ପ୍ରତିଦ୍ବନ୍ଦ୍ବୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏବେ ଦୁଇ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ତାହା ପୁଣି ଇରାନ୍‌ ପାଇଁ । ରୁଷ୍‌ର ଉପବୈଦେଶିକ ମନ୍ତ୍ରୀ ସେର୍ଗେଇ ରୟାବ୍‌ବୋଭ କହିଛନ୍ତି, ଆମେ ୱାସିଂଟନକୁ ଚେତାବନୀ ଦେଉଛୁ ଯେ ସେମାନେ ଏଭଳି କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ହେବ । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ଗ୍ରହଣୀୟ ନୁହେଁ । ଏହା ସମଗ୍ର ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସହାୟ କରିଦେବ  ଏବଂ ଏଭଳି କୌଣସି  ପଦକ୍ଷେପ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ଋଷିଆ କହିଛି ।

ଇରାନ୍‌ର ଆଣବିକ କେନ୍ଦ୍ର ଉପରେ
ଜୋରଦାର ଆକ୍ରମଣ କରୁଛି ଇସ୍ରାଏଲ୍‌

ଇସ୍ରାଏଲ ଇରାନ୍‌ ଉପରେ ଜୋରଦାର ଆକ୍ରମଣ କରୁଛି । ଏମିତିକି ଇସ୍ରାଏଲର ଟାର୍ଗେଟ୍‌ରେ ଅଛି ଇରାନ୍‌ର ଆଣବିକ ଠିକଣା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେପଟେ,ଋଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ମଧ୍ୟ କହିଛନ୍ତି ଯେ ଇରାନର ଆଣବିକ ଭିତ୍ତିଭୂମି ଉପରେ ଇସ୍ରାଏଲର ଆକ୍ରମଣର ଅର୍ଥ ହେଉଛି ବିଶ୍ୱ ବିପର୍ଯ୍ୟୟର ନିକଟତର ହେଉଛି । ଇସ୍ରାଏଲ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହତ୍ୟା କରିବା ଭଳି ଚିନ୍ତାଧାରା ଆମେରିକା ଓ ଇସ୍ରାଏଲକୁ ପରିତ୍ୟାଗ କରିବାକୁ ହେବ ବୋଲି ।

ଇରାନ୍‌ର ସର୍ବୋଚ୍ଚ ନେତାଙ୍କୁ ଆମେ ଛାଡ଼ିବୁନି : ଇସ୍ରାଏଲ୍‌

ଯୁଦ୍ଧ ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି, ଆମେ କୌଣସି ପରିସ୍ଥିତିରେ ଇରାନ୍‌ର ସର୍ବୋଚ୍ଚ ନେତାଙ୍କୁ ଛଡ଼ାଯିବ ନାହିଁ । ଯାହାକୁ ନେଇ ଇରାନ୍‌ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛି । ସେପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ମଧ୍ୟ କହିଛନ୍ତି ଖାମେନେଇ କେଉଁଠାରେ ଲୁଚି ରହିଛନ୍ତି ତାହା ଆମେରିକା ଜାଣେ । କିନ୍ତୁ ବର୍ତ୍ତମାନ ତାଙ୍କୁ ହତ୍ୟା କରିବାକୁ ଯୋଜନା ନାହିଁ । ତେବେ ଟ୍ରମ୍ପ ବାରମ୍ବାର କଥା ବଦଳାଉଥିବା କାରଣରୁ ଇରାନ୍‌ ଆମେରିକା ଉପରେ ବିଶ୍ବାସ କରୁନାହିଁ । ଏହାରି ଭିତରେ ଯୁଦ୍ଧ ବି ଜୋରଦାର ଚାଲିଛି । ଏବେ ପୂରା ବିଶ୍ବର ନଜର ରହିଛି କେଉଁ କେଉଁ ଦେଶ କାହାକୁ ସମର୍ଥନ ଦେଉଛନ୍ତି ।