‘ବାହୁବଲୀ’ ସିନେମାକୁ କଡ଼ା ଟକ୍କର ଦେବ କମଲ ହାସନଙ୍କ ସିନେମା ! ବଜେଟ୍ ରହିଛି ୧୮୦ କୋଟି

22

୧୯୯୭ରେ ରିଲିଜି ହୋଇଥିବା କମଲ ହାସନଙ୍କ ସିନେମା ‘ଇଣ୍ଡିଆନ୍’ ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ସୂଚନା ଅନୁସାରେ କମଲ ହାସନ ଏହାର ସିକ୍ୱେଲ ତିଆରି କିରବା ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଶଙ୍କରଙ୍କ ସହ ହାତ ମିଳାଇଛନ୍ତି । ଏହି ସିନେମା ଏକ ମଗୋ ପ୍ରୋଜେକ୍ଟ ହେବ । ତେବେ ଜଣାପଡ଼ିଛି ଏହି ସିନେମାର ବଜେଟ୍ ରହିଛି ୧୮୦ କୋଟି । ଏହା ଲୋକପ୍ରିୟ ତଥା ରେକର୍ଡ଼ ସୃଷ୍ଟିକାରୀ ସିନେମା ‘ବାହୁବଲୀ’କୁ ଟକ୍କର ଦେବ ।

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଯଥାକ୍ରମେ କମଲ ହାସନ୍ ଓ ଶଙ୍କର ‘ଇଣ୍ଡିଆନ୍ ୨’ ତିଆରି କିରିବେ । ‘ଇଣ୍ଡିଆନ୍ ୨’ ସିନେମା ତାମିଲ ଓ ତେଲୁଗୁ ଭାଷାରେ ତିଆରି ହେବ । ଅନ୍ୟ ଭାଷାରେ ମଧ୍ୟ ସିନେମାକୁ ଡବ୍ କରାଯିବ । ତେବେ ଇଣ୍ଡିଆନ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ମଧ୍ୟ ଥିଲେ ଶଙ୍କର । ସେ ଏବେ ନିଜର ସିନେମା ‘୨.୦’କୁ ବ୍ୟସ୍ତ ଅଛନ୍ତି । ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହିି ସିନେମା ପରେ ‘ଇଣ୍ଡିଆନ ୨’ର କାମ ଆରମ୍ଭ ହେବ । ‘ଇଣ୍ଡିଆନ ୨’ ଏକ ବଡ଼ ପ୍ରାଜେକ୍ଟ । ଟଲିଉଡ଼ର ଖାସ୍ ନିର୍ମାତା ଦିଲ ରାଜୁ ଏହାର ନର୍ମାତା ଦାୟିତ୍ୱରେ ରହିବେ । ସେ ତାଙ୍କର ପ୍ରଡ଼କ୍ସନ ହାଉସର ଟ୍ୱିଟର ହ୍ୟାଣ୍ଡେଲରେ କମଲ ହାସନଙ୍କ ଫଟୋ ଶେୟାର କରିଛନ୍ତି ।