କନକ ବ୍ୟୁରୋ : ପଞ୍ଜାବଠୁ ପ୍ରତିଶୋଧ ନେଲା କଳିଙ୍ଗ । ୱାରିଅର୍ସକୁ ୬-୫ରେ ହରାଇ ଶୀର୍ଷରେ ଲାନସର୍ସ । ହକି ଇଣ୍ଡିଆ ଲିଗ ମ୍ୟାଚରେ କଳିଙ୍ଗ ଲାନସର୍ସ ପଂଜାବ ୱାରିଅର୍ସକୁ ପ୍ରଥମ ଥର ପାଇଁ ୬-୫ ଗୋଲରେ ପରାସ୍ତ କରିଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚର ପ୍ରଥମ କ୍ୱାଟରରୁ ଘରୋଇଦଳ ବେଶ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କ୍ୟାପଟେନ ମୋରିସଙ୍କ ନେତୃତ୍ତ୍ୱରେ ଗୋଟିକ ପରେ ଗୋଟିଏ ଗୋଲ ଦେଇ ପଂଜାବ ୱାରିଅର୍ସକୁ ହତାଶ କରିଦେଇଥିଲେ କଳିଙ୍ଗ ଲାନସର୍ସ । ତେବେ ତୃତୀୟ କ୍ୱାର୍ଟର ପରଠାରୁ ପଂଜାବ ବେଶ ଭଲ ଖେଳ ପଦର୍ଶନ କରିଥିଲା । ଖେଳର ଶେଷ ପର୍ଯ୍ୟାୟରେ ଘରୋଇ ଦଳ ଏହି ମ୍ୟାଚରେ ବାଜିମାତ କରିଥିଲା । ସଂମ୍ପ୍ରତି ୧୫ ପଂଏଟ ରେ ଥିବା କଳିଙ୍ଗ ଲାନସର୍ସ ଏହି ମ୍ୟାଚ ଜିତି ପଂଏଟ ତାଲିକାର ପ୍ରଥମ ସ୍ଥାନରେ ରହିଛି ।