ମାଲକାନଗିରି : କାଲିମେଳା କୁରୁବୁ ଗାଁରେ ପଶି ଜଣଙ୍କୁ ହତ୍ୟା କଲେ ମାଓବାଦୀ

23

କନକ ବ୍ୟୁରୋ : ମାଲକାନଗିରି ପୁଣି ଲାଲ ତାଣ୍ଡବ । ଗାଁରେ ପଶି ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । କାଲିମେଳା କୁରୁବୁ ଗାଁରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗତକାଲି ରାତିରେ ୧୫ରୁ ୨୦ଜଣ ମାଓବାଦୀ ଗାଁରେ ପଶି ମାଓନେତା ରଣଦେବଙ୍କ ଉପସ୍ଥିତିରେ, ଆଦିବାସୀ ନେତା ଡମ୍ବରୁ ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରଜାକୋର୍ଟ କରି ଡମ୍ବରୁକୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଏହାପରେ ଘଟଣାସ୍ଥଳରେ ଏକ ଚିଠି ଛାଡି ଯାଇଛନ୍ତି ଲାଲବାହିନୀ । ପୂର୍ବରୁ ଡମ୍ବରୁ ମାଓ ସଂଗଠନରେ କାମ କରୁଥିଲେ । ପୁଲିସ ଇନଫର୍ମର ସନ୍ଦେହରେ ଡମ୍ବରକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।