କନକ ବ୍ୟୁରୋ : ଚାଷୀଙ୍କ ଆକାଉଂଟକୁ ଆସଯାଇଛି କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଛି ଟଙ୍କା । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଂଚିଯାଇଛି । ହେଲେ ଏବେ କିଛି ଆକାଉଂଟରୁ ଟଙ୍କା ଫେରିବ ବୋଲି କୁହାଯାଉଛି ।
କାହା ଆକାଉଂଟରୁ ଫେରିବ କାଳିଆ ଟଙ୍କା ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଆକାଉଂଟକୁ ଭୁଲବଶତ ଯାଇଥିବା ଟଙ୍କା ଆକାଉଂଟରୁ ଫେରାଇ ଅଣାଯିବ । ୧ ଜାନୁଆରୀ ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ଲକ୍ଷ ରେଡ ଫର୍ମ ଆସିଛି ।
ତେଣୁ ପ୍ରାୟ ୧୨. ୪୫ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଛି ଯେଉଁମାନେ କି କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି । ତେବେ ପୁଣିଥରେ ରେଡଫର୍ମକୁ ତର୍ଜମା କରାଯାଇ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଆକାଉଂଟକୁ ଯାଇଥିବା ଟଙ୍କାକୁ ଫେରାଇ ଅଣାଯିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/KALIA-LOGO-1.jpeg)