ପୋଢ଼ୁଆଁ ହେବେ କାଳିଆ : ଆସନ୍ତାକାଲି ପ୍ରଥମାଷ୍ଟମୀ ହୋଇଥିବାରୁ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଞ୍ଚଳ,ଭଣଜା ପାଇଁ ଯିବ ଭାର ଓ ନୂଆ ବସ୍ତ୍ର

559

କନକ ବ୍ୟୁରୋ : କାଳିଆ ଦିଅଁ ହେବେ ପୋଢୁଆଁ । ଆସନ୍ତାକାଲି ପ୍ରଥମାଷ୍ଟମୀ ପଡୁଥିବାରୁ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଚଂଳ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ପୁରୀ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିିଲା ।

ମାଧବ ମନ୍ଦିର ପ୍ରଶାସନ ,ସ୍ଥାନୀୟ ଅଚଂଳର ଶ୍ରଦ୍ଦାଳୁ ଓ ଜଗନ୍ନାଥପ୍ରେମୀଙ୍କ ମନରେ ବୁଡିଯାଉଥିବା ପରମ୍ପରାକୁ ପୁନଃ ପ୍ରଚଳନ କରିବା ପୁଣି ଉଦ୍ୟମ ଆରମ୍ବ ହୋଇଛି । ତୁତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି ।

ଏଥିରେ ଶ୍ରୀଜୀୟୁମାନଙ୍କ ଅଙ୍ଗଲାଗି ଖଣ୍ଢୁଆ ବସ୍ତ ,ଅରୁଆ ଚାଉଳ , ବିରି ,ନଡିଆ ,ଗୁଡ ,ପାଚିଲା କଦଳୀ ଯିବାର ବ୍ୟବସ୍ଥା ରହିଛି । ଏହି ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଷା ସେବକ ନିଜୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଜଗନ୍ନାଥ ଉଦ୍ଦେଶରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ର ନେଇ ଯାତ୍ରା କରିବେ । ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜା ସାଙ୍ଗକୁ ପାଇକ ଖେଳ ବି ସାମିଲ କରାଯାଇଛି ।