କଳାହାଣ୍ଡି ଜିଲ୍ଲାରେ ଅଖାରେ ବୁହାହେଲେ ଗର୍ଭବତୀ ମହିଳା ! ଜନନୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

24

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ପୁଣି ଗର୍ଭବତୀ ମହିଳାଙ୍କୁ ବୁହାହୋଇଛି । ଏଭଳି ଘଟଣା ଘଟିଛି ଦୁର୍ଗମ ଲାଞ୍ଜିଗଡ ବ୍ଲକରେ । ବ୍ଲକର ମାଲିଜୁବାଙ୍ଗ ପଂଚାୟତର ଉଷାବାହାଲି ଗାଁରେ ଗର୍ଭବତୀ ଥିବା ସୁଶୀଳା ନାଏକଙ୍କ ଶନିବାର ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ଗାଁରେ ମୋବାଇଲ ସିଗନାଲ ନଥିବାରୁ ସମ୍ପର୍କୀୟ ଉଚ୍ଚ ସ୍ଥାନକୁ ଯାଇ ଆମ୍ବୁଲାନକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଅଧାବାଟ ଯାଇ ରାସ୍ତା ଓ ପୋଲ ଭାଙ୍ଗିଯାଇଥିବାରୁ ଆଗକୁ ଯାଇପାରିନଥିଲା । ଫଳରେ ବାଧ୍ୟ ହୋଇ ସମ୍ପର୍କୀୟ ସୁଶୀଳା ନାଏକଙ୍କୁ ଦୁଇ ଅଖାକୁ ଯୋଡି କରି ରାସ୍ତା ଓ ନଦୀ ପାର କରିଥିଲେ । ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣିଥିଲେ । ଏହି ଘଟଣା ଜିଲ୍ଲାରେ ଜନନୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।