କଳାହାଣ୍ଡି ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ! ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ମୃତ୪୦ ଆହତ

କନକ ବ୍ୟୁରୋ : କଳାହାଣ୍ଡି ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି ।  ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି ।  ସ୍ଥାନୀୟ ରେଂଗୋପାଲି ଗାଁର  ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ବେଦାନ୍ତ ମୁଖ୍ୟ ଫାଟକ ଆଗରେ ହରତାଳ କରିଥିଲେ ।  ଏହି ସମୟରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।

publive-image

ଆନ୍ଦୋଳନକାରୀମାନେ ଧସେଇ ପଶିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁରକ୍ଷା କର୍ମୀଙ୍କ ମାଡରେ ଦାନୀ ବାତ୍ରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ପୋଲିସ ପଂହଚିଥିଲେ ବି  ଉତେଜନା ଜାରି ରହିଛି । ଘଟଣାରେ ଅନେକ ସାଧାରଣ ଲୋକ ବି ଆହତ ହୋଇଛିନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe