କନକ ବ୍ୟୁରୋ : କଳାହାଣ୍ଡି ଲାଂଜିଗଡ ବ୍ଲକ ବେନଗାଁ ନିକଟସ୍ଥ ମୂଷାନାଳ ନିକଟରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବରପାଲି ଗାଁର ନରେନ୍ଦ୍ର ମାଝି ଓ ତଲବରା ଗାଁର ତମାତି ମାଝି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ଏହି ଦୁଇ ଜଣ ଗତକାଲି ଘରୁ ପଳେଇଆସିଥିଲେ ।
ପାରିପାଶ୍ୱିକ ସ୍ଥିତି ଅନୁଯାୟୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ପ୍ରେମୀଯୁଗଳଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଏହା ଅନର କିଲିଂ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-25-13h41m11s931.png)