କନକ ବ୍ୟୁରୋ : ବିଷାକ୍ତ ମହୁଲ ଖାଇ ୭୩ଟି ଛେଳି ଓ ମେଣ୍ଢାର ମୃତ୍ୟୁ । କଳାହାଣ୍ଡିି ଜିଲ୍ଲା ଚନ୍ଦାହାଣ୍ଡିର ମାଲଗାଁ ସଂରକ୍ଷିତ ଜଙ୍ଗଲକୁ ଚରିବାକୁ ଯାଇଥିଲେ ଛେଳି ଓ ମେଣ୍ଢା । ପ୍ରଥମେ ଜଙ୍ଗଲରେ ପଡିଥିବା ମହୁଲ ଖାଇଥିଲେ ଏହାପରେ ପାଖରେ ଥିବା ଏକ ପୋଖରୀରୁ ପାଣି ପିଇଥିଲେ ।
ଏହାର କିଛି ସମୟ ପରେ ୭୩ଟି ଛେଳି ଓ ମେଣ୍ଢାର ମୃତ୍ୟୁ ହୋଇଥିଲା, ଏବଂ ୪୦ରୁ ଅଧିକ ଛେଳି ଓ ମେଣ୍ଢା ଚିକିତ୍ସିତ ହେଉଛନ୍ତି । ତେବେ ମୃତ୍ୟୁର କାରଣ ଏଯାଏଁ ଜଣାପଡିନାହିଁ । ବାରହା ଶିକାର ପାଇଁ ମହୁଲରେ ବିଷ ମିଶାଯାଇଥିବା ସନ୍ଦେହ କରାଯାଉଛି । ପ୍ରାଣୀ ଚିକିତ୍ସା ବିଭାଗ ଘଟଣାର ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/dd-1.jpg)