କନକ ବ୍ୟୁରୋ : ଧାନତଳିରେ ଜାତୀୟ ବାର୍ତ୍ତା ଦେଇ ଚର୍ଚ୍ଚାରେ ଯୁବ ଚାଷୀ । ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୁଗୋଳ ପାଲଟିଥିବା କଳାହାଣ୍ଡି ଜିଲ୍ଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ । କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି । ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଂଜନ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ଧାନତଳିରେ ସୁନ୍ଦର ଭାବେ ଜୟ କିସାନ, ଜୟ ଯବାନ ଲେଖି କୃଷକ ଓ ସୈନିକଙ୍କୁ ସମ୍ମାନ ଜଣାଇଛନ୍ତି । ରାଜ୍ୟର ଏକ ଉପାନ୍ତ ଅଂଚଳର ଚାଷୀ ପ୍ରାଣ ରଂଜନଙ୍କ ସୃଜନଶୀଳ ମନୋଭାବକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଧାନତଳିରେ ଜାତୀୟ ବାର୍ତା ଖବର ଜାଣିବା ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜୟପାଟଣା ବ୍ଲକର ପ୍ରଶାସନିକି ବାବୁ । ପୂର୍ବରୁ ମଧ୍ୟ ଜୟପାଟଣାର ୨ ଜଣ ମାଛଚାଷୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାର ପୁରସ୍କୃତ ହୋଇ କଳାହାଣ୍ଡିକୁ ଗୌରବାନ୍ୱିତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-18-at-5.21.57-PM-300x168.png)