କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

Advertisment
ବାଲେଶ୍ୱର ଖଇରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଭ୍ୟାନ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା, ୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଗୁରୁତର ଆହତ ।

କନକ ବ୍ୟୁରୋ : କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ ୨୬ ରେ ଜାରିଙ୍ଗି ନିକଟରେ ଟ୍ରକକୁ ପିଟିଲା କାର । ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କୁ ମିଶାଇ ମୋଟ୍ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । ବିଶାଖାପାଟଣାରୁ ଖୁସେଲଗୁଡା ଗାଁକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ, କାରଟି ପୁରା ଚୁରମାର ହୋଇଯାଇଛି । ବିଶାଖାପାଟଣାରୁ ଟ୍ରେନ୍ ଯୋଗେ ଏହି ପରିବାରଟି କେସିଙ୍ଗା ଆସିଥିଲେ । ଏହା ପରେ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଜାରିଙ୍ଗି ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ଯେଉଁଥିରେ ଗୋଟିଏ ପରିବାରର ୫ଟି ଜୀବନଦୀପ ଲିଭିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe