କନକ ବ୍ୟୁରୋ : ମାଛ ମାରିବା ପାଇଁ ସଫେଇ ନାଳକୁ ବନ୍ଦ କରିଦେଲେ ଲୋକେ । ଏପଟେ ଚାଷ ଜମିରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଗତ ୬ ଦିନ ହେଲାଣି ଆଣ୍ଠୁଏ ପାଣି ଜମିରହିଛି । ରୁଆ ରୁଇ କରିଥିବା ତଳି ଏବେ ଶଢିବାକୁ ବସିଲାଣି । ଯାହାକୁ ନେଇ କାକଟପୁର ବ୍ଲକର ଟେଲିକୁଦ ଓ ପଲାବସ୍ତ ଗାଁର ଲୋକେ ମୁହାଁମୁହିଁ ହୋଇଛନ୍ତି । ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ନାଳର ଅବରୋଧକୁ ହଟାଇଛି, ହେଲେ ପ୍ରାଚୀ ନଦୀ ଏବେ ଜୁଆରିଆ ହୋଇଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଲଘୁଚାପ ବର୍ଷା ପରେ ବିଲରେ ପାଣି ଜମି ରହିଛି ।
ଆଉ ବିଲରୁ ବର୍ଷା ପାଣି ନିଷ୍କାନ ପାଇଁ ଥିବା ସଫେଇ ନାଳକୁ ମାଛ ମାରିବା ପାଇଁ ବନ୍ଦ କରିଦେଇଥିଲେ ଟେଲିକୁଦ ଗାଁର ଲୋକେ । ଫଳରେ କାକଟପୁର ବ୍ଲକର ୩ଟି ପଂଚାୟତର ପ୍ରାୟ ୧୦ଟି ଗାଁର ଶହ ଶହ ଏକର ଚାଷ ଜମିରେ ଅଂଟାଏ ପାଣି ଜମିରହିଛି । ପଲାବସ୍ତା ଗାଁର ଲୋକେ ସଂଘବଦ୍ଧ ହୋଇ ସଫେଇ ନାଳ ନିକଟରେ ପହଂଚି ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ଟେଲିକୁଦ ଗାଁର ଲୋକେ ବିରୋଧ କରିବାରୁ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ଥାନା ପୁଲିସ ସହ ପହଂଚିଥିଲେ ଚିତରେଶ୍ୱର ଆରଆଇ । ଲୋକଙ୍କୁ ବୁଝାସୁଝା କରି ନାଳର ଅବରୋଧକୁ ହଟାଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/13-8.jpg)