କାମଳ କବଳରେ କଟକ ! ସାହିରୁ ସାହି ଡେଉଁଛି ଜଣ୍ଡିସ

77

କନକ ବ୍ୟୁରୋ : କଟକକୁ କବଳିତ କରି ରଖିଛି କାମଳ ରୋଗ । କଟକ ସହରର ବିଭିନ୍ନ ଅଂଚଳରେ ବ୍ୟାପୁଛି ଜଣ୍ଡିସ । ଦିନକୁ ଦିନ ରୋଗ ଅଣାୟତ ହେଉଛି । ସାହିରୁ ସାହିକୁ ଡେଉଁ ଥିବା ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଚଳିତ ବର୍ଷ ପ୍ରଥମେ ତୁଳସୀପୁରରେ ଜଣ୍ଡିସ ହୋଇଥିବା ବେଳେ ଏବେ ଏ ରୋଗ ସିଡିଏ ଅଂଚଳରେ ବ୍ୟାପିଲାଣି ।

କଟକ ମହାନଗର ନିଗମର ୮, ୯ ଓ ୧୦ ନମ୍ବର ୱାର୍ଡରେ ପ୍ରଥମେ କାମଳ ରୋଗ ତାର କାୟା ବିସ୍ତାର କରିଥିଲା । ଏବେ ଏ ରୋଗ ସିଡିଏ ସେକ୍ଟର ୬ ଓ ୨୩ ନମ୍ବର ୱାର୍ଡ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ କଟକରେ ସରକାରୀ ଭାବେ ୧୩୯ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବେ ଏ ସଂଖ୍ୟା ୨ଶହ ଟପିଲାଣି ।

ଗତକାଲି ୧୮ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ମୁଖ୍ୟତଃ ଦୂଷିତ ପାଣି ବ୍ୟବହାର ଯୋଗୁଁ ଏ ରୋଗ ବ୍ୟାପୁଥିବା କହିଛନ୍ତି ବିଶେଷଜ୍ଞ । ଜଣ୍ଡିସ ମୁକାବିଲା ପାଇଁ ସିଏମସି ପକ୍ଷରୁ ଘନ ଘନ ବୈଠକ ବସୁଛି । ପ୍ରଶାସନର ସମସ୍ତ ପ୍ରତିଶେଧକ ବ୍ୟବସ୍ଥା ସତ୍ୱେ ରୋଗ ନିୟନ୍ତ୍ରଣ ହୋଇପାରୁନାହିଁ । ଯାହାକୁ ନେଇ କଟକ ବାସିନ୍ଦା ଚିନ୍ତାରେ ପଡିଛନ୍ତି । ପ୍ରତିବର୍ଷ ଏହି ସମୟରେ କଟକରେ ଜଣ୍ଡିସ ତାର ପ୍ରକୋପ ଦେଖାଇଥାଏ ।