ତଳେ ଉପରେ, ବଗି ମଝିରେ ସବୁଆଡ଼େ ଯାତ୍ରୀ ! ଗୁଜରାଟ ଜୁନାଗଡ଼ରେ ବିପଜ୍ଜନକ ଭାବେ ଟ୍ରେନ୍ ଯାତ୍ରା

135

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ବୁଲେଟ୍ ଟ୍ରେନର ସ୍ୱପ୍ନ ଦେଖୁଛନ୍ତି । ଅନ୍ୟପଟେ ତାଙ୍କ ଗୃହରାଜ୍ୟ ଗୁଜରାଟରେ ଅତ୍ୟନ୍ତ ବିପଜ୍ଜନକ ଭାବେ ଟ୍ରେନରେ ଯାତ୍ରା କରୁଛନ୍ତି ଲୋକେ । ଗୁଜରାଟର ଜୁନାଗଡ଼ରେ ଜୀବନକୁ ପାଣିଛଡ଼ାଇ ଟ୍ରେନରେ ଯାତ୍ରା କରୁଛନ୍ତି ଲୋକେ ।

ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଲୋକେ ଟ୍ରେନ ଉପରେ, ବାମ ,ଡାହାଣ, ଉଭୟ ଡବା ମଝିରେ ଓ ଇଞ୍ଜିିନରେ ମଧ୍ୟ ବସି ଯାତ୍ରା କରୁଛନ୍ତି । ଫଟୋକୁ ଦେଖି ବ୍ୟଙ୍ଗାତ୍ମକ ଭାବେ କୁହାଯାଉଛି ଟ୍ରେନ୍ ଟିକେଟ କାଟି ବିମାନ ଯାତ୍ରାର ଲାଭ ଉଠାଉଛନ୍ତି ଲୋକେ । ତେବେ ଏପରି ଯାତ୍ରା କେତେ ଯେ ଭୟଙ୍କର ହୋଇପାରେ ତାହା ଫଟୋ ଦେଖିଲେ ହିଁ ଜାଣିପାରିବେ । ଯେ କୌଣସି ମୁହୂର୍ତ୍ତରେ ମଧ୍ୟ ଜୀବନ ଯାଇପାରେ ।

ଧାରୀରୁ ଜୁନାଗଡ଼ ଆସୁଥିବା ଟ୍ରେନରେ ଲୋକେ ଉପରେ ଉପରେ ଲଦାଲଦି ହୋଇଆସୁଛନ୍ତି । ତେବେ ଏତେ ବିପଜ୍ଜନକ ଭାବେ ଯାତ୍ରା କଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଆଖିରେ ଏ ଦୃଶ୍ୟ ପଡ଼ିପାରିନି । ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଟ୍ରେନ୍ ଇଞ୍ଜିନ ଓ ଛାତରେ ବସିବାର ଅନୁମତି ଦିଆଯାଏ ନାହିଁ । ସବୁ ଜାଣିବା ସତ୍ୱେ ତଥାପି କୌଣସି ଅଧିକାରୀ ଏନେଇ କାର୍ଯ୍ୟାନଷ୍ଠାନ ଗ୍ରହଣ କରିନାହାନ୍ତି । ଭିଡ଼ ଏତେ ଯେ ଟ୍ରେନ ଭିତରେ ପାଦ ପକାଇବା ପାଇଁ ମଧ୍ୟ ଜାଗା ନାହିଁ । ଫଟୋରେ ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ଟ୍ରେନରେ ଚଢ଼ିଥିବାର ଦେଖାଯାଉଛି ।

ସୂଚନା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ପରିକ୍ରମା କରିବା ଶ୍ରଦ୍ଧାଳୁମାନେ ପାଇଁ ଗିରନାର ଯାଆନ୍ତିି । ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ରତି ବର୍ଷ ଟ୍ରେନରେ ଏପରି ଅବସ୍ଥାରେ ଯାତାୟତ କରନ୍ତି ଲୋକ । ପ୍ରଶାସନ ଜାଣିଲେ ସୁଦ୍ଧା ଏହି ରୁଟରେ ଚାରି ଦିନ ପର୍ଯ୍ୟନ୍ତି ଏପରି ବିପଜ୍ଜନନ ଅବସ୍ଥାରେ ରେଳଯାତ୍ରା ଜାରି ରହେ । ସବୁ ଜାଣିବା ସତ୍ୱେ ଏହି ସମସ୍ୟାର ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ  ।